ଭୁବନେଶ୍ୱର – ରାଉରକେଲାରୁ ନିର୍ବାଚନ ଲଢ଼ିପାରନ୍ତି ଦିଲୀପ ରାୟ । ସୁନ୍ଦରଗଡ଼ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ କହିଛନ୍ତି ଦିଲୀପଙ୍କ ପ୍ରାର୍ôଥତ୍ୱ କେନ୍ଦ୍ରୀୟ ନେତୃତ୍ୱ ଚୂଡ଼ାନ୍ତ କରିଛନ୍ତି । କୋର୍ଟରେ ମାମଲା ଥିବାରୁ ଏନେଇ ଅପେକ୍ଷା ଥିଲା । ଏବେ ଏନେଇ ସ୍ପଷ୍ଟ ଚିତ୍ର ଆସିବା ପରେ ତାଙ୍କ ଟିକେଟ୍ ଦିନେରୁ ଦୁଇ ଦିନ ମଧ୍ୟରେ ଘୋଷଣା ହେବ ।
ଦିଲୀପ ରାୟ ୧୯୮୫ରେ ରାଉରକେଲା ଚେୟାରମ୍ୟାନ୍ ଓ ପରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପୁଣି ୧୯୯୦ ଓ ୨୦୧୪ରେ ରାଉରକେଲାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ବିରୋଧରେ ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ଗତକାଲି ରୋକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟରୁ ଆଶ୍ୱସ୍ତି ପାଇବା ପରେ ଦିଲୀପଙ୍କ ପାଇଁ ନିର୍ବାଚନ ଲଢିବା ବାଟ ଖୋଲିଛି ।