ବଲାଙ୍ଗିର, ସଇଁତଳାର ଟାଣୁଆ ନେତା ସୁରେନ୍ଦ୍ର ସିଂ ଭୋଇ ପୂର୍ବରୁ କଂଗ୍ରେସରେ ଥିଲେ । କଂଗ୍ରେସ ଦଳରୁ ବିଧାୟକ ଓ ମନ୍ତ୍ରୀ , ଜିଲ୍ଲା କଂଗ୍ରେସ ସଭାପତି ମଧ୍ୟ ହୋଇଥିଲେ । କିନ୍ତୁ ସେ ଦୁଇ ଦୁଇଥର ଟିଟିଲାଗଡ ଆସନରୁ ମନ୍ତ୍ରୀ ଟୁକୁନି ସାହୁଙ୍କ ଠାରୁ ହାରିବା ପରେ ଚଳିତ ଥର ବିଜେଡ଼ିରେ ଯୋଗଦେଲା ପରେ ସମୀକରଣ ବଦଳିଛି । ଏଥର ସେ ବିଜେଡି ଦଳକୁ ଯାଇଥିବା ବେଲେ ସିଧା ସାଂସଦ ପ୍ରାର୍ଥି ହୋଇଛନ୍ତି । ବଲାଙ୍ଗିର ଲୋକସଭା କ୍ଷେତ୍ର ବଲାଙ୍ଗିର ଓ ସୁବର୍ଣ୍ଣପୁରରେ ଥିବା ୭ ଗୋଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ । ତେଣୁ ତାଙ୍କୁ ବଲାଙ୍ଗୀର ସଂସଦୀୟ କ୍ଷେତ୍ରର ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶନିବାର ଦିନ ସୋନପୁରର ମେହେର କଲ୍ୟାଣ ମଣ୍ଡପଠାରେ ଜିଲ୍ଲାର ନେତା ଓ କର୍ମି ତାଙ୍କୁ ସ୍ଵାଗତ କରିଥିବା ବେଳେ ଗତକାଲି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଭବ୍ୟ ସ୍ଵାଗତ କରାଯାଇଛି । ଶ୍ରୀ ସିଂଭୋଇ ଗତକାଲି ସୋନପୁରରୁ ଆସିଲା ବେଳେ ବଲାଙ୍ଗୀର ଜିଲ୍ଲାର ବଇରାସର ଗ୍ରାମଠାରେ ଲୋଇସିଂହା ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ପ୍ରାର୍ଥି ନୀହାର ବେହେରା, ପୁଇଁତଳା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନଙ୍କ ନେତୃତ୍ଵରେ ଶତାଧିକ ଲୋକ ତାଙ୍କୁ ସ୍ଵାଗତ ଜଣାଇଥିଲେ । ପରେ ବଲାଙ୍ଗୀର ପହଞ୍ଚିଲା ପରେ ସ୍ଥାନୀୟ ସୁଦପଡ଼ା ପୃଥ୍ବୀରାଜ ହାଇସ୍କୁଲ ସମ୍ମୁଖରେ ସ୍ବାଗତ କରାଯାଇଥିଲା। ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥି କଳିକେଶ ନାରାୟଣ ସିଂଦେଓ, ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ସଦର ବ୍ଲକ ଅଧ୍ୟକ୍ଷ ସରିତା ବାଗ, ଜିଲ୍ଲା ବିଜୁମହିଳା ସଭାନେତ୍ରୀ ଦମୟନ୍ତି ବାଗ ପ୍ରମୁଖ ସୁରେନ୍ଦ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ଏଠାରେ ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ଵରୀଙ୍କ ଦର୍ଶନ ଆଶୀର୍ବାଦ ଭିକ୍ଷା ଓ ସମଲେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା କରି ସେଠାରୁ ଶତାଧିକ ପୁରୁଷ/ମହିଳଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଶୈଳଶ୍ରୀ ପ୍ୟାଲେସରେ ପହଞ୍ଚିଥିଲେ । ଶୈଳଶ୍ରୀ ପ୍ୟାଲେସରେ ବିଜେଡିର ରାଜ୍ୟ ସଂପାଦକ ଲକ୍ଷ୍ମଣ କୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥି ସୁରେନ୍ଦ୍ର ସିଂଭୋଇ ଓ ନୂତନ କରି କଂଗ୍ରେସ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଥିବା ନେତା ସମେତ ଅନ୍ୟ ଯୋଗ ଦେଇଥିବା ବ୍ୟକ୍ତିବିଶେଷଙ୍କୁ କଳିକେଶ ନାରାୟଣ ସିଂଦେଓ ଫୁଲମାଳ ଓ ଦଳୀୟ ଉତ୍ତରୀୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କଳିକେଶ ଓ ଶ୍ରୀ ସିଂ ଭୋଇ ଉପସ୍ଥିତ ଦଳୀୟ ନେତ୍ରୁ ମଣ୍ଡଳୀ ଓ କର୍ମୀ ମାନଙ୍କୁ ଦଳର ନେତା ନବୀନ ବାବୁଙ୍କ ନିର୍ଦ୍ଦେଶ ମୁତାବକ ଆଗାମୀ ନିର୍ବାଚନରେ ସମସ୍ତ ସାତଟି ବିଧାନସଭା ଓ ଲୋକସଭା ଆସନରେ ଯେପରି ଜନସାଧାରଣଙ୍କ ଆଶୀର୍ବାଦ ମିଳିବ ସେ ଦିଗରେ କାମକରି ଆସନ୍ତା ନିର୍ବାଚନରେ ସମସ୍ତ ବିଜେଡି କର୍ମି ମିଳିତ ଭାବରେ ପରିଶ୍ରମ କରି ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥିମାନଙ୍କୁ ବିଜୟୀ କରାଇବାକୁ ଆହ୍ଵାନ ଜଣାଇଥିଲେ ।
ବଲାଙ୍ଗୀର ରାଜପରିବାର ସହିତ ସଇଁତଳାର ଜମିଦାର ପରିବାରର ପୁରୁଣା ସମ୍ପର୍କ ରହିଆସିଛି । ସ୍ଵର୍ଗତ ଜମିଦାର ରମେଶଚନ୍ଦ୍ର ସିଂଭୋଇ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଅତି ଅନ୍ତରଂଙ୍ଗ ଥିଲେ । ତେଣୁ ସେହି ପରିବାରରୁ ଆସିଥିବା ସୁରେନ୍ଦ୍ର ସିଂଭୋଇଙ୍କୁ ରାଜପରିବାର ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ ବୋଲି କଳିକେଶ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡିରେ ନୂତନକରି ଯୋଗଦେଇଥିବା ଅସୀମ ପଟ୍ଟନାୟକ, ସୁଦାମ ସାହୁ, ଗୌରୀ ସାହୁ, ଚନ୍ଦ୍ରମଣୀ ତ୍ରୀପାଠୀ ପ୍ରମୁଖଙ୍କୁ କଳିକେଶ ଉତ୍ତୟରିୟ ଦେଇ ସ୍ଵାଗତ ଜଣାଇଥିଲେ । ସେହିପରି ପ୍ରଦ୍ୟୁତ ମିଶ୍ରଙ୍କୁ ନେତୃତ୍ଵରେ ଆସିଥିବା ବଲାଙ୍ଗୀର ଶାନ୍ତିପଡା, ଦେଓଗାଁ ଅଞ୍ଚଳର ପ୍ରାୟ ୧୫୦ ଜଣ ଯୁବକଙ୍କୁ ବିଜେଡି ଦଳରେ ସାମିଲ କରାଇ ସ୍ଵାଗତ କରାଯାଇଥିଲା । ଠିକ ସେହିପରି ରାଜ୍ୟ ବିଜେଡି ଦଳ ତରଫରୁ ବରିଷ୍ଠନେତା ଲକ୍ଷ୍ମଣ କୁମାର ମେହେରଙ୍କୁ ରାଜ୍ୟ ସଂପାଦକ ପଦ ମିଳିଥିବାରୁ ତାଙ୍କୁ ମଧ୍ୟ କଳିକେଶ ସମ୍ବର୍ଦ୍ଧିତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀର ବିଜେଡି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦୁର୍ଗାପ୍ରସାଦ ବେହେରା, ଜୟରାମ ମିଶ୍ର, ଭଗବାନ ବଗର୍ତ୍ତି, ସୁଶୀଳ ଚାନ୍ଦ, ପ୍ରଦୀପ ସାହୁ,ଓଁକାର ହୋତା, ନରସିଂହ ବାଗ, ମହେନ୍ଦ୍ର ବାଘ, ଦେବଦତ୍ତ ବେହେରା,ଲେଙ୍କା ସାହୁ, ଶିବ ବେହେରା ପୂର୍ବ ତନ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ହୋତା, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସୁମନ ନନ୍ଦ, ଦେଓଗାଁ ପୁର୍ବତନ ଚେୟାରମେନ ଶୁଶିଲ ଚାନ୍ଦ, ନଗର ସଭାପତି ଶମ୍ଭୁ ନାଗ ପୁର୍ବତନ ମୁନ୍ସିପଲ୍ଟୀ ଉପାଧ୍ୟକ୍ଷା ଲିପିଶ୍ରୀ ସାଏ, କାଉନସିଲର ସରିତା ଦାସ ସମେତ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ।