ଧାର, ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟଙ୍କ ଉନ୍ଦୌର ଖଣ୍ଡପୀଠଙ୍କ ଆଦେଶରେ ଧାର ର ଐତିହାସିକ ଭୋଜଶାଳାରେ ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ (ଏଏସଆଇ) ବିଭାଗର ସର୍ଭେ ସୋମବାର ୧୮ ଦିନରେ ମଧ୍ୟ ଜାରି ରହିଛି । ଏଏସଆଇ ଟିମ୍ ଏବଂ ଦୁଇ ପକ୍ଷ ସକାଳ ପ୍ରାୟ ୮ ଟାରେ ଏହା ପରିସରରେ ପ୍ରବେଶ କରିଥିଲେ । ସେମାନଙ୍କ ସହିତ ୧୯ ସଦସ୍ୟ ଏବଂ ୩୩ ଜଣ ଶ୍ରମିକଙ୍କ ଟିମ୍ ରହିଛି । ଟିମ୍ ଆଜି ପ୍ରାଚୀର ଏବଂ ଯଜ୍ଞ କୁଣ୍ଡରୁ ମାଟି ହଟାଉଛି । ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ମାନେ ସ୍ଥିତି ଉପରେ ନଜର ରଖିଛନ୍ତି ।
Related Stories
November 21, 2024
November 21, 2024