ଶ୍ରୀନଗର, କାଶ୍ମୀର ଘାଟିର ଅନନ୍ତନାଗ ମାରବାହ ଟପ୍ ଏବଂ ସିଂଥନ ଟପ୍ ରେ ଜମା ହୋଇଥିବା ବରଫ ହଟାଯିବା ପରେ ସଡ଼କକୁ ରବିବାର ଯାତାୟାତ ନିମନ୍ତେ ପୁଣି ଥରେ ଖୋଲାଯାଇଛି ।
ବିଭାଗୀୟ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଆର ଆଣ୍ଡ ବି ବିଭାଗ ଦ୍ଵାରା ମତିଗାବରନରୁ ମାରଗନ ଟପ୍ ର ମମାଧ୍ୟମରୁ ବାରବାନ ପର୍ଯ୍ୟନ୍ତ ସଡ଼କର ମଞ୍ଜୁରୀ ପରେ ଏହି ଆଦେଶ ଦିଆଯାଇଛି ଯେ, ମାରବାହ-ଅନନ୍ତନାଗ ସଡ଼କ ମାର୍ଗନ ଟପ୍ ମାଧ୍ୟମରେ ଆଜି ଠାରୁ ଯାତ୍ରୀଙ୍କ ନିମନ୍ତେ ଖୋଲାରହିବ । ଆରଆଣ୍ଡବି ର ଅଧିକାରୀ ରାସ୍ତାର ସ୍ଥିତି ଉପରେ ଲଗାତାର ନଜର ରଖିବେ । ଏବଂ ଆବଶ୍ୟକକ ପଡିଲେ ବିଭିନ୍ନ ଆନୁସଙ୍ଗିକ ମେସିନ୍ ପ୍ରସ୍ତୁତ ରଖିବେ ।
କିସ୍ତବାଡ଼ରୁ ଅନନ୍ତନାଗ ଯିବାକୁ ଥିବା ଯାତ୍ରୀମାନଙ୍କ ପାଇଁ ସକାଳ ୯ଟା ଠାରୁ ଅପରାହ୍ନ ୧ଟା ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଗୁଜ୍ଜର ଚେକ୍ ପୋଷ୍ଟ ବାରବାନକୁ ଅତିକ୍ରମ କରିବା ନେଇ ସମୟ ସ୍ଥିର କରାଯାଇଛି ।
ସେହିପରି ଅନନ୍ତନାଗରୁ କିସ୍ତବାଡ଼ ଆସିବାକୁ ଥିବା ଯାତ୍ରୀ ମାନଙ୍କ ପାଇଁ ସମୟ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସୋମବାର, ବୁଧବାର, ଶୁକ୍ରବାର ସ୍ଥିର କରାଯାଇଛି ।