ନୂଆଦିଲ୍ଲୀ-କୋଚିରେ ଦକ୍ଷିଣ ନୌସେନା କମାଣର ନିଜ ଯାତ୍ରା ସମୟରେ ନୌସେନା ଅଧ୍ୟକ୍ଷ ଆଡମିରାଲ ଓ ହରି କୁମାର ସଫଳ ସାମୁଦ୍ରିକ ଡାକୁ ବିରୋଧୀ ଅଭିଯାନ ଚଳାଇବା ପାଇଁ ଆଇଏନଏସ ଶାରଦାକୁ ‘ଅନ୍ ଦ ସ୍ପଟ ୟୁନିଟ୍ ପ୍ରଶସ୍ତି ପତ୍ର’ରେ ସମ୍ମାନିତ କରାଯାଇଛି । ଏହି ଜାହାଜଟି ଇରାନୀ ମାଛଧରା ଜାହାଜ ଓମାରିର ସମସ୍ତ 19ଜଣ ଚାଳକ ଦଳର ସଦସ୍ୟଙ୍କ ସୁରକ୍ଷିତ ମୁକ୍ତିରେ ସାମିଲ ଥିଲା, ଯେଉଁଥିରେ 11 ଇରାନୀ ଓ 8 ପାକିସ୍ତାନୀ ନାଗରିକ ଥିଲେ । ଏହି ଜାହାଜ ସୋମାଲିଆର ପୂର୍ବ ଉପକୂଳରେ ସାମୁଦ୍ରିକ ଡାକୁଙ୍କୁ ବନ୍ଧକ କରି ରଖିଥିଲା ।
ଭାରତୀୟ ନୌସେନାର ଜାହାଜ ଆଇଏନଏସ ଶାରଦାକୁ ଅପହୃତ ଇରାନୀ ମାଛଧରା ଜାହଜ ଓମାରୀକୁ ସାମୁଦ୍ରିକ ଲୁଟେରାକୁ କବ୍ଜାରୁ ମୁକ୍ତ କରିବାକୁ ଦାୟିତ୍ୱ ଦିଆଯାଇଥିଲା । ଭାରତୀୟ ଜାହାଜ ରାତିସାରେ ଗୋପନୀୟ ଖୋଜ ଜାରି ରଖିବା ପରେ ଫେବୃୟାରୀ 1 ରାତିରେ ଇରାନୀ ଜାହାଜକୁ ରୋକାଯାଇଥିଲା ଏବଂ ଫେବୃୟାରୀ 2 ସକାଳେ ହେଲିକପ୍ଟର ଓ ଏହାପରେ ପ୍ରହାର ଟିମକୁ ଅବତରଣ କରାଯାଇଥିଲା । ଭାରତୀୟ ଟିମର ଆକ୍ରମଣରେ ସାମୁଦ୍ରିକ ଡାକୁ ଚାଳକ ଦଳ ଓ ଇରାନୀ ଜାହାଜକୁ ସୁରକ୍ଷିତ ଭାବେ ଛାଡିବାକୁ ବାଧ୍ୟ ହୋଇଥିଲେ ।