କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ଜନପ୍ରିୟ ଜନନେତା, ପ୍ରଖ୍ୟାତ ଆଇନଜୀବୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଅଷ୍ଟାଦଶତମ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ୫ ଅପ୍ରେଲ, ଶୁକ୍ରବାର ସନ୍ଧ୍ୟା ଘ.୬.୩୦ମି. ସମୟରେ ବଡ଼ଦାଣ୍ଡସ୍ଥ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ , ପୁରୀଠାରେ ଡକ୍ଟର ନୀଳକଣ୍ଠ ପତିଙ୍କ ଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ଉଦ୍ଘାଟକ ନ୍ୟାୟମୂର୍ତ୍ତି-ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମହାମାନ୍ୟ ଶ୍ରୀଯୁକ୍ତ ଶଶିକାନ୍ତ ମିଶ୍ର, ମୁଖ୍ୟଅତିଥି ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ଡାକ୍ତର ଅଶୋକ କୁମାର ମହାପାତ୍ର, ମୁଖ୍ୟବକ୍ତା ପୂର୍ବତନ ଅର୍ଥ ମନ୍ତ୍ରୀ, ଓଡ଼ିଶା ଶ୍ରୀଯୁକ୍ତ ପଂଚାନନ କାନୁନ୍ଗୋ ଏବଂ ସଂପାଦକ-ମୁକ୍ତିମଣ୍ଡପ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଜୀବନାଦର୍ଶ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଇନସେବା ପାଇଁ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ପାଢ଼ୀ, ଶ୍ରୀଯୁକ୍ତ ଜୟଦେବ ମିଶ୍ର, ସମାଜସେବା ଓ ନାଟ୍ୟ ନିର୍ଦ୍ଦେଶନା ପାଇଁ ଶ୍ରୀଯୁକ୍ତ ବିଭୁତିଭୂଷଣ ପଟ୍ଟନାୟକ ଏବଂ ଶ୍ରେଷ୍ଠ ଆଇନ ସ୍ନାତକ ଗୌରଭ ରାଲହନଙ୍କୁ ଗଙ୍ଗାଧର ମହାପାତ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ା
ପ୍ରାରମ୍ଭରେ ଆଇନଜୀବୀ ଉମାବଲ୍ଲଭ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ ସମ୍ଭାଷଣ କରିବା ସହିତ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସାଧାରଣ ସଂପାଦକ ଚକ୍ରଧର ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିବା ସହିତ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ଶେଷରେ ସ୍ମୃତି କମିଟିର ଯୁଗ୍ମ ସଂପାଦକ ବୀରେନ୍ଦ୍ର ଭୂଷଣ ହୋତା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକାରୀ ସଂପାଦକ ବିପିନବିହାରୀ ଦଳାଇ , ଆରତୀ ଜେ ଦାସ, ସୋମ୍ୟରଞ୍ଜନ ସ୍ୱାଇଁ, ସତ୍ୟବ୍ରତ ରଥ, ପୁଷ୍କର ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୀ ଓକିଲ ସଂଘର ପୂର୍ବତନ ସଭାପତି ରାମ ପ୍ରସାଦ ଦାଶ, ପୂର୍ବତନ ସଭାପତି ପୁଷ୍କର ମହାପାତ୍ର, ଜୟରାମ ବସ୍ତିଆ, ପୁରୀ ଓକିଲ ସଂଘର ସଭାପତି ଆଇନଜୀବୀ ଆଦିତ୍ୟ ହୃଦୟ ମିଶ୍ର, ରୁଦ୍ର ନନ୍ଦନ ମିଶ୍ର, ସୌମ୍ୟରଞ୍ଜନ ସ୍ୱାଇଁ, ଶିବପ୍ରସାଦ ମିଶ୍ର, ମିନତି ପଟ୍ଟନାୟକ, ଦେବଦତ୍ତ ନାୟକ, ସୁରେନ୍ଦ୍ର ନାଥ ଦାଶ, ବୀରେନ୍ଦ୍ର ମହାନ୍ତି, ବିଶ୍ୱନାଥ ବେହେରା, ରାଧାକାନ୍ତ ଦାଶ, , ଡକ୍ଟର ହେମନ୍ତ କୁମାର ଛୋଟରାୟ, ଚନ୍ଦ୍ରଶେଖର ମହାରାଣା, ଲୋକନାଥ ମହାନ୍ତି, ପ୍ରବାସିନୀ ମିଶ୍ର, ରୋହିତ ମହାପାତ୍ର, ଶିବପ୍ରସାଦ ମିଶ୍ର, ଅନନ୍ତ ପ୍ରଧାନ, ହରିହର ପାଢୀ, ଅଶୋକ ମହାନ୍ତି, ଜୀବେଶ ଚନ୍ଦ୍ର ରଥ , ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସୁରେଶ ପଟ୍ଟନାୟକ, ଜାନକୀବଲ୍ଲଭ ମହାପାତ୍ର, ଲକ୍ଷ୍ମୀ ବଲ୍ଲଭ ମହାପାତ୍ର, ଭାରତୀଭୂଷଣ ଦାସ, ନୀଳକଣ୍ଠ ମହାନ୍ତି, ମହେଶ୍ୱର ହାତୀ, ଗୁଣ୍ଡିଚା ବରାଳ, ଗଙ୍ଗାଧର ମହାପାତ୍ରଙ୍କ ପରିବାରବର୍ଗ ପ୍ରମୁଖ ଶତାଧିକ ଗଙ୍ଗାଧର ପ୍ରେମୀ ଯୋଗଦେଇଥିଲେ ।
ଏହି ଅବସରରେ ସକାଳେ ଗଙ୍ଗାଧର ମହାପାତ୍ରଙ୍କ ଜନ୍ମସ୍ଥାନ ବିଶ୍ୱନାଥପୁରଠାରେ ସ୍ଥାପିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଗୋପୀନାଥ ଦେବ ନୋଡାଲ ବିଦ୍ୟାପୀଠ, ବିଶ୍ୱନାଥପୁରରେ ସର୍ବୋଚ୍ଚ ନମ୍ବର ରଖିଥିବା ୭ମ ଶ୍ରେଣୀର ରଶ୍ମିତା ପରିଡ଼ା, ୮ମ ଶ୍ରେଣୀର ତୃଷ୍ଣାଞ୍ଜଳି ବିଶ୍ୱାଳ, ୯ମର ଚିରଞ୍ଜିବୀ ବିଶୋଇ ଏବଂ ଦଶମର ସତ୍ୟଜିତ୍ ଶତପଥୀଙ୍କୁ ପ୍ରୋତ୍ସାହନ ଅର୍ଥ ରାଶି ପ୍ରଦାନ ପୂର୍ବକ ଗଙ୍ଗାଧର ମହାପାତ୍ରଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ପ୍ରୋକ୍ତ ସଭାରେ ଆଇନଜୀବୀ ଗୋପୀନାଥଦେବ ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଦାମୋର ମିଶ୍ର ସ୍ୱାଗତ କରିଥିଲେ । ଗଙ୍ଗାଧର ମହାପାତ୍ରଙ୍କ ପୁତ୍ର ଉମାବଲ୍ଲଭ ମହାପାତ୍ର, ଆଇନଜୀବୀ ପୁଷ୍କର ମହାପାତ୍ର ଏବଂ ଟିକିତାରା ଶିଶୁ ପତ୍ରିକାର ସଂପାଦକ ତଥା ଆଇନଜୀବୀ ବିପିନବିହାରୀ ଦଳାଇ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଜୀବନୀ ସମ୍ପର୍କରେ ପିଲାମାନଙ୍କୁ ବୁଝାଇ କହିଥିଲେ । ଏହି ସଭା ଓ ମାଲ୍ୟାର୍ପଣ ଉତ୍ସବରେ ଆଇନଜୀବୀ ସୁଶାନ୍ତ ରଥ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସତ୍ୟବାଦୀ ବସ୍ଷ୍ଟାଣ୍ଡ ନିକଟରେ ସ୍ଥାପିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବିଶ୍ୱନାଥପୁର ଗ୍ରାମରେ ସ୍ଥାପିତ ଗଂଗାଧର ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ବିଦ୍ୟାଳୟରେ ସ୍ଥାପିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।।
Related Stories
November 10, 2024
November 10, 2024
November 10, 2024