ଭୁବନେଶ୍ୱର, ଖୋର୍ଦ୍ଧା ପିତାପଲ୍ଲୀ ଠାରେ ବସ୍ ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଶନିବାର ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିବା ମୋ ବସ୍ ପିତାପଲ୍ଲୀ ନିକଟରେ ନାଳକୁ ଓଲଟି ପଡିବାରୁ ପ୍ରାୟ୨୦ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତି କରାଯିବା ସହ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ରେଫର କରାଯାଇଛି । ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବା ସହ ସିଡିଏମଓ ଓ ବରିଷ୍ଠ ଅଧିକାରୀମାନଙ୍କୁ ଆହତଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବରିଷ୍ଠ ଅଧିକାରୀମାନେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ଓ ଏମସ୍ ଯାଇ ଆହତଙ୍କ ଚିକିତ୍ସା ବିଷୟରେ ପଚାରି ବୁଝିଛନ୍ତି ।
Related Stories
November 24, 2024
November 24, 2024