ଭୁବନେଶ୍ୱର– ବିଜେପି ଛାଡିଛନ୍ତି ବରିଷ୍ଠ ନେତା ରଘୁନାଥ ମହାନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କୁ ପଠାଇଛନ୍ତି ରଘୁ ମହାନ୍ତି । ୨୦୧୯ ନିର୍ବାଚନରେ ରଘୁ ମହାନ୍ତି ବିଜେପିରେ ସାମିଲ ହେବା ସହ ବସ୍ତା ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ୨୦୧୯ରେ ବିଜେପିରେ ଯୋଗ ଦେବା ପୂର୍ବରୁ ବସ୍ତାରୁ ୫ଥର ବିଧାୟକ ହୋଇଥିଲେ ଏବଂ ମନ୍ତ୍ରୀ ମଧ୍ୟ ଥିଲେ ରଘୁନାଥ ମହାନ୍ତି । ତେବେ ବଧୂ ନିର୍ଯାତନା ମାମଲାରେ ଛନ୍ଦି ହୋଇ ଗିରଫ ହେବା ପରେ ବିଜେଡି ତାଙ୍କୁ ନିଲମ୍ବିତ କରିଥିଲା ।
Related Stories
October 10, 2024