
ମାଲକାନଗିରି- ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ମାଓ ଉପଦ୍ରୁତ ବାଲିଗୁଡା ଗାଁ ର ରାଧା ପେଦା ଗର୍ଭବତୀ ଥିଲେ। ହେଲେ ପ୍ରସବ ପାଇଁ ଡାକ୍ତରୀ ଚିକିତ୍ସା ଉପରେ ନଥିଲା ଭରସା। ତେଣୁ, ଆଶା କର୍ମି ଯେତେ ବୁଝାସୁଝା କଲେ ମଧ୍ୟ ମେଡିକାଲ ମୁହାଁ ହୋଇପାରିନଥିଲେ ରାଧା। ଶେଷରେ ବାଧ୍ୟ ହୋଇ ନିଜେ ମାଥିଲି ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମୀୟ କୁମାର ସ୍ୱାଇଁ ବାଲିଗୁଡା ଗ୍ରାମସ୍ଥିତ ରାଧାଙ୍କ ଘରକୁ ଯାଇ ତାଙ୍କୁ ବୁଝାସୁଝା କରିବା ସହ ତାଙ୍କୁ ମାଥିଲି ମେଡ଼ିକାଲରେ ଆଣି ଭର୍ତି କରାଇଥିଲେ। ସାଧାରଣରେ ଡାକ୍ତରଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରାଯାଇଛି ।