ଭଦ୍ରକ, ଜ୍ଵର ରୋଗୀଙ୍କୁ ନର୍ସ ଭୁଲ୍ ରେ କୁକୁର କାମୁଡ଼ା ଇଂଞ୍ଜେକସନ୍ ଦେଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଛି । ଭଣ୍ଡାରିପୋଖରି ଥାନା ଅନ୍ତର୍ଗତ ଦକ୍ଷିଣବାଡ଼ ଗ୍ରାମର ବିଜୟ ବିଶ୍ଵାଳଙ୍କର ଜ୍ଵର ଥଣ୍ଡା ହୋଇଥିଲା । ଏବଂ ଗୋଡ଼ ହାତ ବିନ୍ଧୁଥିଲା । ସେ ଭଣ୍ଡାରିପୋଖରି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆସି ଡାକ୍ତରଙ୍କୁ ଦେଖା କରିଥିଲେ । ଡାକ୍ତର ପ୍ରେସକ୍ରିପସନ ଲେଖିବା ପରେ ଦାୟିତ୍ଵରେ ଥିବା ନର୍ସ ବିଜୟଙ୍କୁ ଭୁଲ୍ ରେ କୁକୁର କାମୁଡ଼ା ଇଂଞ୍ଜେକସନ୍ ଦେଇଥିବା ଅଭିଯୋଗ ହୋଇଛି ।
ଅନ୍ୟପକ୍ଷରେ ଭଣ୍ଡାରି ପୋଖରି ମେଡିକାଲ ଇନଚାର୍ଜ ଏକଥାକୁ ସ୍ଵୀକାର କରିବା ସହ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।