![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଗଞାମ, ସାଧାରଣ ନିର୍ବାଚନ ପାଖେଇ ଆସୁଛି ।ନିର୍ବାଚନ ବିଗୁଲବାଜି ପ୍ରଚାର ମଧ୍ୟ ଆରମ୍ଭ ହୋଇ ଗଂଜାମ ଜିଲା ଚଳଚଂଚଳ ହେଲାଣି। ଅନ୍ୟପକ୍ଷରେ ଗାଁ ଠାରୁ ଆରମ୍ଭ ହୋଇ ସହରଯାଏ ସବୁ ସ୍ଥାନରେ ଶହସ୍ରାଧିକ ଦଣ୍ଡ ଯାତ୍ରା ଜିଲାର ପରିସ୍ଥିତିକୁ ସରଗରମ କରୁଛି। ଦଣ୍ଡଯାତ୍ରା ମେଷ ସଂକ୍ରାନ୍ତି ଦିନ ଉଦଯାପିତ ହେବାପରେ ନିର୍ବାଚନ ପ୍ରଚାର ଧୂମଧାମରେ ଆରମ୍ଭ ହୋଇଯିବ। ଏହି ଅବସରରେ ଅନ୍ୟ ରାଜ୍ୟ ତଥା ସୁରତ, ବାଂଗାଲୋର, ମୁମ୍ବାଇ, କେରଳ, ତାମିଲନାଡୁଓ ଚେନ୍ନାଇରୁ ପ୍ରତ୍ୟେ ହହଜାର ହଜାର ଗଞାମ ର ଦାଦନ ଶ୍ରମିକ ଟ୍ରେନ୍ ଓ ବସ ଦ୍ଵାରା ଘରକୁ ଫେରୁଛନ୍ତି । ସୁରତରୁ ବହ୍ମପୁର ଆସୁଥିବା ଟ୍ରେନ ପୁରାଭର୍ତ୍ତି ହୋଇଆସୁଛି। ଖବର ନେବାରେ ଜଣାପଡିଛି ଆସନ୍ତା ଦୁଇ ମାସ ଯାଏ ସୁରତ ଓ ମୁମ୍ବାଇରୁ ଆସୁଥିବା ଟ୍ରେନ୍ ରେ ସଂରକ୍ଷିତ ଟିକଟ ନାହିଁ । ଏଣୁ ପୂର୍ବ ନିର୍ବାଚନ ଭଳି ଚଳିତ ଥର ମଧ୍ୟ ଗଞାମ ଜିଲାର ନେତାମାନେ ବସ୍ ଓ ଅନ୍ଯ ଗାଡି ସହାୟତାରେ ପ୍ରବାସୀ ଓଡିଆକୁଂ ଘରକୁ ଆଣିବେ ବୋଲି ଅନୁମାନ କରାଯାଉଛି ।
ଅନ୍ୟ ପକ୍ଷରେ ଲକ୍ଷ ଲକ୍ଷ ଶ୍ରମିକ ଏକକାଳୀନ ଘର ବାହୁଡା ହେଉଥିବାରୁ ଏମାନଙ୍କ ମଧ୍ୟରେ ରହିଥିବା ଅସମାଜିକତତ୍ଵ ଦିଗରେ ଜିଲ୍ଲା ପୁଲିସ୍ ପକ୍ଷରୁ ତୀକ୍ଷ୍ଣ ଦୃଷ୍ଟି ଦେବାସହ ମଦ କାରବାର ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।