କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଭାରତର ଗଣତନ୍ତ୍ର ବିଶ୍ୱରେ ସର୍ବ ବୃହତ।ଆଉ ମତଦାନ ହେଲା ଗଣତନ୍ତ୍ର ର ମହାପର୍ବ।ସବୁ ବର୍ଗର ମତଦାତା ଯେପରି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ ସେଥିପାଇଁ ଭାରତର ନିର୍ବାଚନ କମିଶନର ଗୁରୁତ୍ୱ ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଭିନ୍ନକ୍ଷମ ମତଦାତା ଙ୍କ ମତଦାନ ହାର ବୃଦ୍ଧି ସମ୍ପର୍କରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଭିନ୍ନକ୍ଷମ ମତଦାତାଙ୍କ ମତଦାନ ପ୍ରକ୍ରିୟା କୁ ସହଜ ଓ ସୁଗମ କରିବା ସହ ସେମାନେ ଯେପରି କୌଣସି ସମସ୍ୟା ର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ସେ ନିର୍ବାଚନ ରେ ନିୟୋଜିତ ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।ଆବଶ୍ୟକ ସ୍ଥଳେ ଭିନ୍ନକ୍ଷମ ମାନଙ୍କୁ ଘରୁ ମତଦାନ କେନ୍ଦ୍ର କୁ ଆଣିବା ଓ ମତଦାନ ପରେ ଘରକୁ ସ୍ୱତନ୍ତ୍ର ଗାଡ଼ିରେ ନେଇ ଛାଡିବା ବ୍ୟବସ୍ଥା,ମତଦାନ କେନ୍ଦ୍ର ରେ ହୁଇଲ ଚେୟାର ର ବନ୍ଦୋବସ୍ତ କରିବା,ସମସ୍ତ ବୁଥରେ ଅଗ୍ରାଧିକାର ଭିତ୍ତିରେ ଭିନ୍ନକ୍ଷମ ଙ୍କୁ ମତଦାନ ସୁବିଧା, ଦୃଷ୍ଟି ବାଧିତ ମତଦାତା ଙ୍କ ପାଇଁ ବ୍ରେଲି ଅକ୍ଷର ରେ ମୁଦ୍ରିତ ବାଲାଟ ପେପର ବ୍ୟବସ୍ଥା, ଶତକଡା ୪୦ ଭାଗରୁ ଅଧିକ ପ୍ରତିଶତ ଭିନ୍ନକ୍ଷମତା ସାର୍ଟିଫିକେଟ ଥିବା କ୍ଷେତ୍ରରେ ଯଦି ସଂପୃକ୍ତ ମତଦାତା ଚାହାଁନ୍ତି ତେବେ ଫର୍ମ ୧୨(ଡି) ମାଧ୍ୟମରେ ଆବେଦନ କରି ପୋଷ୍ଟାଲ ବାଲାଟ ଜରିଆରେ ମତଦାନ କରି ପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମାର୍ଗଦର୍ଶିକା ଜାରି କରିଥିବାରୁ ଜିଲ୍ଲାରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଏଥି ସହିତ ସମସ୍ତ ପ୍ରିଜାଇଡିଂ ଓ ପୁଲିଂ ଅଫିସର ମାନଙ୍କୁ ଭିନ୍ନକ୍ଷମ ମତଦାତା ଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଜିଲ୍ଲାରେ ୧୮୬୮୩ ଭିନ୍ନକ୍ଷମ ମତଦାତା ରହିଛନ୍ତି।ସେଥି ମଧ୍ୟରୁ ଦୃଷ୍ଟି ବାଧିତ ୨୨୪୧,ଶ୍ରବଣ ବାଧିତ ୨୦୮୫, ଚଳନ ବାଧିତ ୯୪୩୭ ଓ ଅନ୍ୟାନ୍ୟ ୪୯୨୦ ଭିନ୍ନକ୍ଷମ ମତଦାତା ରହିଛନ୍ତି।ଗତ ୨୦୧୯ ନିର୍ବାଚନରେ ଭିନ୍ନକ୍ଷମ ମତଦାତା ଙ୍କ ସଂଖ୍ୟା ୧୦୧୧୬ ରହିଥିଲା ବୋଲି ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
Related Stories
November 21, 2024
November 21, 2024