![](https://indokalingtimes.com/wp-content/uploads/2024/04/WhatsApp-Image-2024-03-30-at-18.21.57-1-1024x768.jpeg)
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମାରୁତି ନଗର, ପୁରୀ ପରିସରରେ ପରିଚାଳନା ସମିତି, ଅଭିଭାବକ , ଛାତ୍ରଛାତ୍ରୀ ଓ ଗୁରୁଜୀଗୁରୁମାମାନଙ୍କ ଗହଣରେ ୨୦୨୩-୨୪ ଶିକ୍ଷାବର୍ଷର ବାର୍ଷିକ ଫଳାଫଳ ପ୍ରକାଶନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ମହେଶ୍ଵର ଦାଶ ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ସଦସ୍ୟ ଶ୍ରୀଯୁକ୍ତ ସାରଙ୍ଗଧର ଷଡ଼ଙ୍ଗୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଶିଶୁ ଭାଇ ଭଉଣୀ ମାନଙ୍କର ପରୀକ୍ଷା ଫଳ ପ୍ରକାଶନ ପୁସ୍ତକ ଉନ୍ମୋଚିତ କରିଥିଲେ। ପ୍ରଧାନାଚାର୍ଯ୍ୟ ବିନୋଦ କୁମାର ସେନାପତି ଅତିଥି ପରିଚୟ ପ୍ରଦାନ କରିବା ସହିତ ପରୀକ୍ଷା ପ୍ରମୁଖ ଆଚାର୍ଯ୍ୟା ସୁନୀତା ଶ୍ରୀଚନ୍ଦନ ବିବରଣୀ ପାଠ କରିଥିଲେ । ଆଚାର୍ଯ୍ୟା ଅନୀତା ଜେନା ଓ ଆଚାର୍ଯ୍ୟା ମଧୁଚ୍ଛନ୍ଦା ଦାସ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ଅଭିଭାବକ ଅଭିଭାବିକାମାନେ ନିଜନିଜ ଶିଶୁର ପ୍ରଗତିପତ୍ର ଶ୍ରେଣୀ ଆଚାର୍ଯ୍ୟାମାନଙ୍କ ଠାରୁ ଗ୍ରହଣ କରିଥିଲେ ।