
ଭୁବନେଶ୍ୱର, ହୁତୁ ହୁତୁ ହୋଇ ଜଳିଲା ପିଆଜ ଟ୍ରକ୍। 49ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷିର ଦ୍ଵାରଶୁଣି ଘାଟି ଆରମ୍ଭରେ ଜଳୁଛି ଟ୍ରକ। ନାସିକରୁ ଆସୁଥିବା ପିଆଜ ବୋଝେଇ ଟ୍ରକଟି ବିଶୋଇ ପଟୁ କଲିକତା ଅଭିମୁଖେ ଯାଉଥିବା ସମୟରେ ରାଜପଥ ମଝିରେ ହୁତୁ ହୁତୁ ହୋଇ ଜଳିଛି। ଡ୍ରାଇଭର ଓ ହେଲପରଙ୍କର କୌଣସି ସୂଚନା ମିଳିନାହିଁ। ସେପଟେ ଖବର ପାଇ ବିଶୋଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ତେବେ କିଭଳି ପରିସ୍ଥିତିରେ ନିଆଁ ଲାଗିଲା ତାହା ଜଣାପଡିନାହିଁ।