ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକାଂକ୍ଷୀ ଯୁବା ଭାରତର ଆକାଂକ୍ଷାକୁ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଛନ୍ତି ଏବଂ ଆସନ୍ତା 10ବର୍ଷ ପାଇଁ ଲକ୍ଷ ନିର୍ଦ୍ଧାରଣ କରିବାକୁ କହିଛନ୍ତି ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଏପ୍ରିଲ 1ରେ ନିଜର 90ତମ ଉତ୍ସବ ମନାଉଛି । ଏହି ଅବସରରେ ମୁମ୍ବାଇରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସମ୍ବୋଧନ କରିଥିଲେ ।
ନିଜ ସରକାରରେ ଆରବିଆଇ ସହିତ ମିଳିତ ଭାବେ କରାଯାଇଥିବା ପ୍ରୟାସ କଥା ଉଠାଇ ପିଏମ କହିଛନ୍ତି ଯେ, ଉଦ୍ଦେଶ୍ୟ ଠିକ ରହିଲେ ନୀତି ସଠିକ୍ ଫଳ ଦେଇଥାଏ । ଆମେ ବ୍ୟାଙ୍କିଂ କ୍ଷେତ୍ରର ବୃଦ୍ଧି ପାଇଁ କୌଣସି ଅବସର ଛାଡିନାହୁଁ । ବିଜେପି ସରକାର ପରିଚୟ, ସଂକଳ୍ପ ଓ ପୁନର୍ପୁଜିକରଣ ନୀତିରେ କାମ କରିଛି । ସେ କହିଛନ୍ତି ଗତ 10ବର୍ଷରେ ହୋଇଥିବା କାର୍ଯ୍ୟ କେବଳ ଏକ ଝଲକ ମାତ୍ର । ଦେଶକୁ ବହୁତ ଆଗକୁ ନେଇକରି ଯିବାକୁ ଅଛି ଏବଂ ବହୁତ କିଛି କରିବାର ଅଛି ।