
ଭୁବନେଶ୍ୱର– ଆଜି ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକ । ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ ହେବ ବୈଠକ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ରାଜ୍ୟ ବିଜେପିର ତୁଙ୍ଗ ନେତା ମାନେ ବୈଠକରେ ଉପସ୍ଥିତ ରହିବେ । ୨୪ ନିର୍ବାଚନରେ ଦଳ କିଭଳି ଲଢେଇ କରିବ, ବିଜେପିର ପ୍ରଚାର ଷ୍ଟଟେଜି କଣ ରହିବ, ଗ୍ରାଉଣ୍ଡର ବିଜେପିର ରଣନୀତି କିଭଳି କାର୍ଯ୍ୟକାରୀ ହେବ, ତାକୁ ନେଇ ବୈଠକରେ ଆଲୋଚନା ହୋଇପାରେ ।