ଡେରାଡୁନ-ୱାର୍ଲ୍ଡ ଥେରଭାଟ ବୁଦ୍ଧିଷ୍ଟ ସେଂଟର ପକ୍ଷରୁ ଏପ୍ରିଲ 1ରେ ଡେରାଡୁନରେ ଥେରଭାଟ ବୌଦ୍ଧ ଧର୍ମ ଓ ସାମାଜିକ ଯୋଗଯୋଗ ଉପରେ ଆଧାରିତ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯିବ । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉତ୍ତରାଖଣ୍ଡର ରାଜ୍ୟପାଳ ଲେ.ଜ ଗୁରମିତ ସିଂହ ରହିବେ ।
ଅନ୍ତର୍ଜାତୀୟ ସମ୍ମିଳନୀ ଜରିଆରେ ଦେବଭୂମିରେ ଦେଶବିଦେଶର ବୌଦ୍ଧ ବିଦ୍ୱାନଙ୍କ ସମାଗମ ହେବ । ସମ୍ମିଳନୀରେ ଅନ୍ତର୍ଜାତୀୟ ବୌଦ୍ଧ ସଂଘ ପରିଷଦର ମହାନାୟକ ମହାଥେରା ପ୍ରମୁଖ ଡ.ଏଲ ଅଶ୍ୱଘୋଷ ଧାର୍ମିକ ଗୁରୁ ଭାବେ ଯୋଗ ଦେବେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଦେବଭୂମିରେ ପ୍ରାୟ ଏକଘଂଟାର କାର୍ଯ୍ୟକ୍ରମ ରହିଛି । ଅନ୍ତର୍ଜାତୀୟ ସମ୍ମିଳୀନରେ ସେ ଅପରାହ୍ନ 4ଟାରୁ ସାମିଲ ହୋଇ 5ଟାଯାଏ ରହିବେ ।