ମୁମ୍ବାଇ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଅପ୍ରେଲରେ ମୁମ୍ବାଇ ଗସ୍ତରେ ଆସିବେ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଏକ କାର୍ଯ୍ୟକ୍ରମରେ ସାମିଲ୍ ହେବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁମ୍ବାଇ ଗସ୍ତକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି ।
ସୂଚନା ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ୧ ଅପ୍ରେଲ ୨୦୨୪ ରେ ୯୦ତମ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଏହି ଅବସରରେ ମୁମ୍ବାଇର ନରିମନ ପଏଂଟ ସ୍ଥିତ ନେଶସାଲ ସେଂଟର ଫର୍ ପରଫର୍ମିଙ୍ଗ ଆର୍ଟସ (ଏନସିପିଏ)ରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବେ । ଏହି ଅବସରରେ ସେଠାରେ ରାଜ୍ୟପାଳ ରମେଶ ବୈଶଙ୍କ ସହିତ ରିଜର୍ଭ ବ୍ୟାଙ୍କ ର ଅଧିକାରୀ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅଣରାଜନୈତିକ ବୋଲି କୁହାଯାଉଛି ।