ମେରଠ, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମୀ ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନକୁ ନେଇ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମରୁ ଜନ ସମ୍ମିଳନୀ ମାଧ୍ୟମରେ ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 31ରେ ମେରଠରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମେରଠ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମ ଉତ୍ତର ପ୍ରଦେଶର ପାଂଚଟି ଲୋକସଭା କ୍ଷେତ୍ରକୁ ସମ୍ବୋଧିତ କରିବେ ।
ବିଜେପିର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାରର ଶୁଭାରମ୍ଭ ମେରଠରେ ମାର୍ଚ୍ଚ 31ର ନିର୍ବାଚନୀ ରାଲିରୁ ହେବ । କେନ୍ଦ୍ରୀୟ ଆଳୁ ଅନୁସନ୍ଧାନ ସଂସ୍ଥାନ ମୋଦିପୁରମର ଫାର୍ମ ହାଉସରେ ପ୍ରଧାନମନ୍ତ୍ରୀ ନିଜ ରାଲିରୁ ପାଂଚଟି ଲୋକସଭା କ୍ଷେତ୍ରକୁ ସମ୍ବୋଧିତ କରିବେ । ଏହି ରାଲିରେ ମେରଠ-ହାପୁଡ, ବିଜନୌର, ମୁଜାଫରନଗର, ବାଗପତ ଓ କେରାନା ଲୋକସଭା କ୍ଷେତ୍ରର କାର୍ଯ୍ୟକର୍ତ୍ତା ସାମିଲ ହେବେ । ଏହି ରାଲିରେ ଦୁଇଲକ୍ଷରୁ ଅଧିକ ଲୋକ ଭାଗ ନେବେ ।