ନୂଆପଡା- ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀଙ୍କୁ ବିନା କାରଣରେ ହଇରାଣ ହରକତ କରାଯାଇଥିବା ନେଇ ଅଭିେଯାଗ ହୋଇଛି । ସୂଚନାମତେ ଶିକ୍ଷୟିତ୍ରୀ ପ୍ରହାସିନୀ ପାଢୀ ନୂଆପଡା ଜିଲ୍ଲାର କୋମନା ବ୍ଲକର ବୁଦ୍ଧିକୋମନା ହାଇସ୍କୁଲରେ ଗତ ୨୦୧୩ ମସିହାରୁ କାର୍ଯ୍ୟରତ ଅଛନ୍ତି । ଶିକ୍ଷୟିତ୍ରୀ ଜଣକ ପ୍ରତିଦିନ ୧୦୦ କିଲୋମିଟର ଯିବା ଆସିବା କରିଥାନ୍ତି । ପୂର୍ବରୁ ଶିକ୍ଷୟିତ୍ରୀ ଜଣକ କେସିଙ୍ଗା, ଖଡିଆଳ ବାଳିକା ହାଇସ୍କୁଲ, ଖଡିଆଳ ରାଜା ଆର୍ତ୍ରାଣ ହାଇସ୍କୁଲରେ ବାରମ୍ବାର ବଦଳି ହୋଇ କାର୍ଯ୍ୟ କରିଛନ୍ତି । କିନ୍ତୁ ଚାକିରୀର ଶେଷ ସମୟରେ ଗତ ୨୦୧୩ ମସିହାରୁ ବୁଦ୍ଧିକୋମନା ହାଇସ୍କୁଲରେ ଶିକ୍ଷାଦାନ କରିଆସୁଛନ୍ତି । କିନ୍ତୁ ଶିକ୍ଷୟିତ୍ରୀ ଜଣକ ପ୍ରତିଦିନ ୧୦୦ କିଲୋମିଟର ଯାତାୟତ କରୁଥିବାରୁ ମାନସିକ ଦୁଶ୍ଚିନ୍ତା ସହ ରକ୍ତଚାପ ବଢିଯାଇଥିବା ଅଭିେଯାଗ କରିଛନ୍ତି । ଫଳରେ ସବୁବେଳେ ରକ୍ତଚାପର ଔଷଧ ଖାଉଥିବା ବେଳେ ତାଙ୍କୁ ଅନେକ ସମୟରେ ଅସୁବିଧା ଦେଖାଦେଉଛି । ଏହାସହ ଶିକ୍ଷୟିତ୍ରୀ ଜଣଙ୍କ ସ୍ବାମୀ ଜଣକ ଜଣେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ହୋଇଥିବା ବେଳେ ତାଙ୍କର ହୃଦରୋଗ ରହିଥିବାରୁ ତାଙ୍କର ହୃଦରୋଗ ଅପରେସନ କରାଯାଇଛି । ଅନ୍ୟପକ୍ଷରେ ଶିକ୍ଷୟିତ୍ରୀ ଜଣକ ସକାଳ ୮ ଘାରୁ ବାହାରି ସଂଧ୍ୟା ୬ ଘାରେ ଘରକୁ ପହୁଛନ୍ତି । ଯାହାଫଳରେ ବର୍ମାନ ଉଭୟରେ ମାସିକ ସୁଶ୍ଚିନ୍ତାରେ ରହିଥିବା ଅଭିେଯାଗ କରିଛନ୍ତି । ଶିକ୍ଷୟିତ୍ର୍ରୀଙ୍କୁ ଖଡିଆଳ ସହରର ଆଖପାଖ କୌଣସି ହାଇସ୍କୁଲରେ ନିଯୁକ୍ତି ଦେବାକୁ ଦାବୀ ନେଇ ଅନେକ ଥର ନୂଆପଡା ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ, ନିଦ୍ର୍ଧେଶକ, ବିଭାଗୀୟ ମନ୍ରୀଙ୍କୁ ବିଭିନ୍ନ ସମୟରେ ଅନୁରୋଧ କରିଥିଲେ ମଧ୍ୟ ଶିକ୍ଷୟିତ୍ରୀଙ୍କ ବଦଳି ହୋଇପାରିନାହó । ଯାହାଫଳରେ ପରିବାରରେ ଅଶାନ୍ତି ଦେଖାଦେଇଛି । ଅନ୍ୟପକ୍ଷରେ ଅନେକ ପ୍ରଭାବଶାଳି ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ନିଜ ଘର ଠାରୁ ୫ କିଲୋମିଟର ଭିତରେ ଥିବା ସ୍କୁଲ ମାନଙ୍କରେ ପାଠ ପଢାଉଥିବା ବେଳେ ଜଣେ ବୟସ୍କ ମହିଳା ଶିକ୍ଷୟିତ୍ରୀଙ୍କୁ ବିନା କାରଣରେ ଏପରି ହଇରାଣ କରାଯାଉଥିବାରୁ ସାଧାରଣରେ ଜିଲା ଶିକ୍ଷା ବିଭାଗର କାର୍ଯ୍ୟକଳାପକୁ ନାପସନ୍ଦ କରାଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଶିକ୍ଷୟିତ୍ରୀଙ୍କୁ ବଦଳି କରି ଉପଯୁକ୍ତ ସ୍ଥାନରେ ଥିବା ହାଇସ୍କୁଲରେ ନିଯୁକ୍ତି ଦେବାକୁ ସାଧାରଣରେ ଦାବୀ ହେଉଛି ।
Related Stories
January 12, 2025
January 12, 2025
January 12, 2025