କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ଖୋର୍ଦ୍ଧା,ଶ୍ରୀ ଶ୍ରୀ ବାବା ହାଟ୍ଟକେଶ୍ଵର ମହାଦେବ ଏକାଦଶ ରୁଦ୍ର ଅଟନ୍ତି । ଯିଏକି ବିତଳର ଅଧିକାରୀ । ହାଟ୍ଟକ ମାନେ ସୁବର୍ଣ୍ଣ , ସୁବର୍ଣ୍ଣ ଇଶ୍ବର ହୋଇଥିବାରୁ ପ୍ରଭୁ ଙ୍କ ନାମ ହାଟ୍ଟକେଶ୍ବର। ଏହା ସଂସ୍କୃତ ଭାଗବତ ରେ ବର୍ଣ୍ଣିତ ଅଛି ।ବାବା ହାଟ୍ଟକେଶ୍ବର ଏବଂ ଉଷ୍ମ ପ୍ରସବଣ ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ଵ ଭଳି କପିଳ ସଂହିତା ରେ ବର୍ଣ୍ଣିତ ଅଛି | କଥାରେ ଅଛି କୁଲାଲ୍ୟା ନାମକ ଜଣେ ବ୍ରାହ୍ମଣ ବହୁତ ଅନାୟ ଅତ୍ୟାଚାର କରି ବାବା ଙ୍କ ପାଖରେ ଶରଣ ପସିଲା । ଠାକୁର ଏଠାରୁ ତାକୁ ବିତାଡିତ କରିଦେଇଥିଲେ । ସେ ଉପାୟ ଶୂନ୍ୟ ହୋଇ ଉଷ୍ମପ୍ରସ ବଣ ପାଖରେ ପହଞ୍ଚି ବହୁତ ଲୋକ ଙ୍କୁ ଏକାଠି କରି ପ୍ରଭୁ ଙ୍କ ନାମ ସଂକୀର୍ତନ କରିବାକୁ ଲାଗିଲା । କ୍ରମଶଃ ପ୍ରଭୁ ସନ୍ତୁଷ୍ଟ ହୋଇ ତାକୁ ବର ଯାଚି ଥିଲେ,ଉତ୍ତର ରେ ସେ କହିଥୁଲା ଯେ ପ୍ରଭୁ ମୁଁ ଏ ପାପ ରୁ କେମିତି ମୁକ୍ତ ହେବି । ପ୍ରଭୁ ଙ୍କ ନିର୍ଦେଶ ରେ ପାତାଳ ରୁ ପାଣି ଫୁଟିକି ବାହାରି ଥିଲା ଏବଂ ପ୍ରଭୁ କହିଥିଲେ ଏହି ପାଣି ରେ ସ୍ନାନ କରି ଯିଏ ମତେ ଦର୍ଶନ କରିବ ତାର ସକଳ କୋଟି ଜନ୍ମର ପାପ କ୍ଷୟ ହେବ । ଏହି ବିଶ୍ୱାସର ସହିତ ଭକ୍ତ ପୂର୍ଣ୍ଣ ଚନ୍ଦ୍ର ବିଶ୍ବାଳ ଙ୍କ ଉଦ୍ୟମ ଏବଂ ସହଯୋଗ କ୍ରମେ ଠାକୁରଙ୍କ ନୂତନ କଳେବର ହୋଇଅଛି ଏବଂ ତାଙ୍କ ଦ୍ବାରା ଅଷ୍ଟଧାତୁ ନିର୍ମିତ ନୂତନ ପ୍ରସିଦ୍ଧ ଭୂଷଣ ନାଗ, ଲିଙ୍ଗ ଭୂଷଣ ନାଗ, ପ୍ରସିଦ୍ଧ ତ୍ରିଶୂଳ ଏବଂ ବଡ ଆକାର ର ଛତ୍ରୀ ଏବଂ ବଡ ସିଂହାର ବେଶ ପାଇଁ ପ୍ରସିଦ୍ଧ ମହାକାଳ ପ୍ରତିଷ୍ଠିତ ହୋଇପାରିଛି | ପୂର୍ଣ୍ଣ ଚନ୍ଦ୍ରଙ୍କ ସହଯୋଗ ରେ ଏହି ମନ୍ଦିର ର ଅନେକ ଉର୍ନ୍ନତି ମୂଳକ କାର୍ଯ୍ୟ ଆଗରୁ ମଧ୍ୟ ହୋଇଛି ହେଲେ ଏବେ ବାବା ହାଟ୍ଟକେଶ୍ୱର ଙ୍କ ର ନବ ନିର୍ମିତ ଅଷ୍ଟଧାତୁ ବିଗ୍ରହ ସ୍ୱତନ୍ତ୍ର |ପୂର୍ଣ୍ଣ ଙ୍କ ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶଂଶା କରିଛନ୍ତି |ସୂଚନା ଅନୁସାରେ ବାବା ହାଟ୍ଟକେଶ୍ୱର ମନ୍ଦିର ଟି ଓଡିଶା ସରକାର ଙ୍କର ଏଣ୍ଡୋମେଣ୍ଟ ଡିପାର୍ଟମେନ୍ଟ ର ଅଧୀନ ରେ ପରିଚାଳିତ ହେଉଅଛି ।
Related Stories
November 23, 2024