ନୂଆପଡା- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ସୁନାରୀସିକୁଆଁ ଗ୍ରାମରେ ଗ୍ରାମବିକାଶ ସମିତି ଆନୁକୂଲ୍ୟରେ ଓ୍ବାଲର୍ଡଭିଜନ ସହାୟତାରେ ଗ୍ରାମର ଗର୍ଭବତୀ ଓ ପ୍ରସୂତୀ, ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିଶୁ ମାନଙ୍କୁ ବିଭିନ୍ନ ସାମଗ୍ରୀ ବନ କରାଯାଇଛି । ଗ୍ରାମର ୧୧୫ ଜଣ ଗର୍ଭବତୀ ଏବଂ ପ୍ରସୂତୀ ମହିଳାଙ୍କୁ ଶିଶୁ ତଥା ମହିଳାଙ୍କ ଉମ ସ୍ବାସ୍ଥ୍ୟ ପନିପରିବା ବିହନ ପ୍ରଦାନ କରାଯାଇଥିଲା । ଏଥିରେ ଗ୍ରାମ ବିକାଶ ସମିତିର ସµାଦକ ଶ୍ୟାମ ସୁନ୍ଦର ଜଗତ ଏବଂ ସ୍ଥାନୀୟ ସ୍ବାସ୍ଥ୍ୟ କର୍ମୀ ବିଜୟା ମେହେର େଯାଗଦାନ କରି ବିହନ ବନ କରିଥିଲେ । ସେହିପରି ଗ୍ରାମର ବିଦ୍ୟାଳୟରେ ବିଭିନ୍ନ ଶ୍ରେଣୀରେ ଅଧ୍ୟୟନ ରତ ୧୭୭ ଜଣ ଶିଶୁଙ୍କୁ ଉନ୍ନତ ମାନର ସ୍କୁଲ ବ୍ୟାଗ ବନ କରାଯାଇଥିଲା । ଏହି ସ୍କୁଲ ବ୍ୟାଗ ବନ ଉସôବରେ ମୁଖ୍ୟ ଅତିଥି ଭାବରେ ସୁନାରୀସିକୁଆଁ ସରପ ଦହୀମତୀ ଭୋଇ େଯାଗଦାନ କରି ସ୍କୁଲ ବ୍ୟାଗ ବନ କରିଥିଲେ । ଗ୍ରାମ ବିକାଶ ସମିତି ସµାଦକ ଶ୍ୟାମ ସୁନ୍ଦର ଜଗତ, ବିକ୍ରମ ବୈଠାରୁ, ବଂଶିଧର ବୈଠାରୁ, ରାୟଧର ସୁନାନୀ, ରାଘବ ଜଗତ, ରୂପଚନ ଶବର, ଜଗନ୍ନାଥ ବିଭାର, ମୁଣ୍ଡରୀ ଦାସ, ଦୁତିଆ ପଟେଲ, ପଦ୍ମନ ଶବର, ଧର୍ମୁ ଚିନ୍ଦା ପ୍ରମୁଖ ସହେଯାଗ କରିଥିଲେ । ସେହିପରି ଗ୍ରାମରେ ଥିବା ନେହେରୁ ଓ ଗୋପବନ୍ଧୁ ଶିଶୁ କ୍ଲବର ୫୦ ଜଣ ଶିଶୁଙ୍କୁ ଖେଳ ସାମଗ୍ରୀ ବନ କରାଯାଇଛି। ବ୍ୟାଟ, ବଳ, ଭଲିବଲ, ବ୍ୟାଡମିନ, କ୍ୟାରମବୋର୍ଡ, ଲୁଡୁପଟି ସହ ଅନ୍ୟାନ୍ୟ ସାମଗ୍ରୀ ବନ କରାଯାଇଥିଲା । ସବୁ କାର୍ଯ୍ୟକ୍ରମରେ ଗ୍ରାମବିକାଶ ସମିତିର ସଭାପତି ବିକ୍ରମ ବୈଠାରୁ ଏବଂ ସµାଦକ ଶ୍ୟାମ ସୁନ୍ଦର ଜଗତ ପରିଚାଳନା କରିଥିଲେ ।