
ପୁରୀ,ଓଡ଼ିଶା ସଙ୍ଗୀତ ପରିଷଦ ସଭାଗୃହରେ ପ୍ରିୟପତ୍ର ପକ୍ଷରୁ ବିଶ୍ୱ କବିତା ଦିବସ ଅବସରପ୍ରାପ୍ତ ଶିକ୍ଷା ମଣ୍ଡଳାଧୀଶ ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏହି ଆସରରେ ଓଡିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଜିର ଦିବସ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଆରତି ଜେ ଦାସଙ୍କ ସଂଯୋଜନାରେ ଯୋଗେଶ୍ୱର ପ୍ରହରାଜ, ଅନନ୍ତ ପ୍ରଧାନ, ସନ୍ୟାସୀ ନାୟକ, ଚନ୍ଦ୍ରଶେଖର ମହାରାଣା, ନାରାୟଣ ନନ୍ଦ, ପୂଜା ପ୍ରଧାନ, ଭାରତୀଭୂଷଣ ଦାସ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ସୁରେଶ କୁମାର ପଟ୍ଟନାୟକ, ଜାନକୀବଲ୍ଲଭ ଦାଶ, ନଳିନୀକାନ୍ତ ନାୟକ, ସଦାଶିବ ମିଶ୍ର, ସୁବାସ ଚନ୍ଦ୍ର ମିଶ୍ର, ରାଧାକୃଷ୍ଣ ପ୍ରଧାନୀ ସ୍ବରଚିତ କବିତା ପାଠ କରିଥିଲେ। ପ୍ରାରମ୍ଭରେ ପ୍ରିୟପତ୍ରର ସଂପାଦକ ବିପିନ ବିହାରୀ ଦଳାଇ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଆଜି ଦିନର ବିଶେଷତ୍ଵ ବିଷୟରେ ସୂଚନା ପ୍ରଦାନ କରିଥିଲେ ।