
ଚେନ୍ନାଇ, ପଲାନୀସ୍ୱାମୀଙ୍କ ନେତୃତ୍ୱ ବିଶିଷ୍ଟ ଅନ୍ନଦ୍ରମୁକ ଲୋକସଭା ନିର୍ବାଚନରେ ରାଜ୍ୟର 32ଟି ସିଟରେ ନିର୍ବାଚନ ଲଢିବ । ପଲାନିସ୍ୱାମୀ ଗୁରୁବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଦଳ ପୁଡୁଚେରୀ ଲୋକସଭା ସିଟ ଓ କନ୍ୟାକୁମାରୀରେ ଭିଲାବନକୋଡ ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏହି ତାଲିକା ମୁତାବକ ତାମିଲନାଡୁରେ ଏଆଇଏଡିଏମକେ 18 ସିଟରେ ନିଜର କଠୋର ପ୍ରତିଦ୍ୱନ୍ଦ୍ୱୀ ଡିଏମକେ ସହିତ ମୁକାବିଲା କରିବ ।