
କନ୍ଧମାଳ- ଫୁଲବାଣୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଜରିଆରେ ଦିଲ୍ଲୀ ଏମସ୍ର ୪ କୋଟି ୭୬ ଲକ୍ଷ ଟଙ୍କା ଗାଏବ ହେବା ଘଟଣାକୁ ପାଖାପାଖି ୨ ମାସ ବିତିବାକୁ ବସିଥିବା ବେଳେ ଏହି ଘଟଣାରେ ଆଜି ପର୍ଯ୍ୟନ୍ତ କେହି ଧରା ପଡି ନାହନ୍ତି । ଏହି ଘଟଣାକୁ ନେଇ ସିବିଆଇରେ ମାମଲା ରୁଜୁ ହୋଇଥିବା ଶୁଣିବାକୁ ମିଳୁଥିବା ବେଳେ ବ୍ୟାଙ୍କ କର୍ତୁପକ୍ଷ ଏନେଇ କୌଣସି ସୂଚନା ଦେଉନାହନ୍ତି । ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ପଚାରିବାକୁ ସ୍ଥାନୀୟ ଅଧିକାରୀ କହୁଛନ୍ତି । ତେବେ ଏହି ପରି ଅନ୍ୟ ଏକ ଘଟଣା ମଧ୍ୟ ଉତର ପ୍ରଦେଶର ଆଜମଗଡରେ ଘଟିଥିବା ସୂଚନା ମିଳିଛି । ଫୁଲବାଣୀ ଘଟଣା ଭଳି ସେଠାରେ ମଧ୍ୟ ଗତ ନଭେମ୍ବର ଏକା ଧରଣର ଏମସ୍ର ୧୨ କୋଟି ଟଙ୍କା ଗାଏବ କରାଯାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ସେଠାକାର ପୁଲିସ କିଛି ସାଇବର ଅପରାଧିଙ୍କୁ ଧରିଥିବା ନେଇ ଏକ ଦୈନିକ ହିନ୍ଦି ଖବର କାଗଜରେ ପ୍ରକାଶିତ ହୋଇଥିବା ଜୈନେକ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତରେ କହିଛନ୍ତି । ହୁଏତ ଏହି ଦୁଇ ଘଟଣା ପରସ୍ପର ଲିଙ୍କ ଥିବ ବୋଲି ସେ କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଅକ୍ଟୋବର ମାସରେ ଫୁଲବାଣୀ ସହରର ଜଣେ ଔଷଧ ବ୍ୟବସାୟୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଥିବା ତାଙ୍କ ଆକାଉଂଟରେ ୪କୋଟି ୭୬ ଲ କ୍ଷ ଟଙ୍କାର ଏକ ଚେକ୍ ଜମା କରିଥିଲେ । ଏହି ଚେକ୍ ଦିଲ୍ଲୀ ଏମସର ଥିଲା । ଚେକ୍ କ୍ଲିଅର ହେବା କ୍ଷଣି ସେ ଔଷଧ ଦୋକାନୀ ୫୦ ଲ କ୍ଷ ଟଙ୍କା କ୍ୟାସ୍ ଉଠାଇବା ସହ ବାକି ଟଙ୍କା ଚେନାଇ ସ୍ଥିତ ଏକ ଆକାଉଂଟକୁ ଟ୍ରାନ୍ସଫର କରିଦେଇଥିଲେ । ପରେ ନଭେମ୍ବର ୨୨ ରେ ଏମସ୍ କର୍ତୁପକ୍ଷ ବ୍ୟାଙ୍କକୁ ଚିଠି ଲେଖି ଏହି ଟଙ୍କା ଠକେଇ ହୋଇଥିବା ଅଭିଯୋଗ କରିଥିଲେ । ଏହି ଚିଠି ପାଇବା ପରେ ବ୍ୟାଙ୍କର ଭିଜିଲାନ୍ସ ୱିଙ୍ଗ ଏହାର ତଦନ୍ତ କରିବା ସହ ସିବିଆଇର ଅର୍ଥନୌତିକ ଅପରାଧ ଶାଖାରେ ମାମଲା ରୁଜୁ କରିଥିବା ନେଇ ଶୁଣିବାକୁ ମିଳୁଛି । ହେଲେ ଏହି ଘଟଣାପରେ ପୁଣି ଉତରପ୍ରଦେଶରେ ମଧ୍ୟ ଅନୁରୁପ ଘଟଣା ଘଟିଥିବା ଜଣାପଡିବାପରେ ବି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆ ଯାଇନଥିବା ସହ ସମ୍ପୃକ୍ତ େଓøଷଧ ଦୋକାନୀ ଖୋଲାଖୋଲି ଭାବରେ ବୁଲୁଥିବା ସାଧାରଣରେ ସରକାରୀ ବ୍ୟବସ୍ଥାର କାର୍ଯ୍ୟକାରୀତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ।