
କନ୍ଧମାଳ- ଫିରିଙ୍ଗିଆ ବ୍ଲକର ଅପହଂଚ ଇଲାକା କୁହାଯାଉଥିବା ବାଲନ୍ଦାପଡ଼ା ଠାରେ ପାହିରାଜୁ, ବାଲନ୍ଦାପଡ଼ା, କୁଏରମାଣ୍ଡୁ ଓ ଲୁଇସିଂ ପଂଚାୟତର ୪୦ରୁ ଉଦ୍ଧ୍ୱର୍ ଅଙ୍ଗନୱାଡ଼ି କର୍ମୀଙ୍କ ନିମନ୍ତେ ଗୁଣାତ୍ମକ ସେବା ପ୍ରଦାନ ସମ୍ବନ୍ଧିତ ତାଲିମ୍ କାର୍ଯ୍ୟକ୍ରମ ସ୍ଥାନୀୟ ପଂଚାୟତ ଗୃହଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କ୍ରାଏ, କୋଲକାତାଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଫିରିଙ୍ଗିଆ ବ୍ଲକ୍ ଉପାଧ୍ୟକ୍ଷା ସସ୍ମିତା ଦିଗାଲ ଆଦ୍ୟ ଶୈଶବ ଶିକ୍ଷା ନିମନ୍ତେ ଛୋଟ ଶିଶୁଙ୍କୁ ଆମୋଦ ଦାୟକ କରିବା ପାଇଁ ବିଭିନ୍ନ ପ୍ରକାର ଶିକ୍ଷଣୀୟ ସାମଗ୍ରୀ ବ୍ୟବହାରର ଆବଶ୍ୟକତା ଅଛି ଏବଂ ଏହା ସମସ୍ତ ଅଙ୍ଗନୱାଡ଼ି କର୍ମୀ ଶିଖିବା ଆବଶ୍ୟକ । ଏଥିରେ ସ୍ୱାତୀର ବିଶ୍ୱରଞ୍ଜନ କର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଜଣାଇବାକୁ ଯାଇ କୁପୋଷଣ ରୋକିବା ଓ ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ହେଲେ ଶିକ୍ଷାର ବିକାଶ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ବୁକୁଦେଇ ଅଙ୍ଗନୱାଡ଼ି କର୍ମୀ ବିଜୟଲକ୍ଷ୍ମୀ ପ୍ରଧାନ ତାଲିମଦାତା ଭାବେ ଯୋଗଦେଇ ଅଣ୍ଡାଖୋଳ, ପ୍ଲାଷ୍ଟିକ୍ ବୋତଲ, ଛିଣ୍ଡା କପଡ଼ା, ରଦି କାଗଜ ଭଳି ଅଦରକାରୀ ଜିନିଷ ବ୍ୟବହାର କରି କିପରି ସୁନ୍ଦର ସୁନ୍ଦର ଖେଳଣା ତିଆରି କରାଯାଇପାରିବ ତାହା ଶିକ୍ଷା ପ୍ରଦାନ କରିଥିଲେ । ସ୍ୱାତୀ ଅନୁଷ୍ଠାନର ସରସ୍ୱତୀ ବିନ୍ଧାଣୀ, ଗାୟତ୍ରୀ ମହାରଣା, ପ୍ରଭଞ୍ଜନ ମଲ୍ଲିକ, ଭଗବନ୍ତ ଭାଦ୍ରା ସହଯୋଗୀ ତାଲିମଦାତା ରୂପେ ଯୋଗଦେଇ ତାଲିମାର୍ଥୀମାନଙ୍କୁ ତିଆରି କରାଯାଉଥିବା ଖେଳଣାରେ ବିଭିନ୍ନ ରଙ୍ଗ ଦେଇ କିପରି ଏହାର ସୌନ୍ଦର୍ଯ୍ୟ ବଢ଼ାଯାଇ ପିଲାମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଆକୃଷ୍ଟ କରି ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରାଯାଇପାରିବ ସେନେଇ ଶିକ୍ଷା ପ୍ରଦାନ କରିଥିଲେ । ଉପସ୍ଥିତ ସମସ୍ତ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଆଗ୍ରହ ସହକାରେ ଶିଖିବା ପାଇଁ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ମଞ୍ଜୁଳା ପ୍ରଧାନ ଆହ୍ୱାନ ଦେବା ସହ ନିଜ ନିଜ କେନ୍ଦ୍ରରେ ବିଭିନ୍ନ ଜିନିଷ ତିଆରି କରି ଶିଶୁ ମାନଙ୍କର ଆଗ୍ରହ ବୃଦ୍ଧି କରିବା ନିମନ୍ତେ ଉପଦେଶ ଦେଇଥିଲେ । ସେହିପରି ପାହିରାଜୁ ସେକ୍ଟରର ଲେଡି ସୁପରଭାଇଜର କେଶନି ପ୍ରଧାନ ଏହି ତାଲିମରୁ ସଠିକ୍ ଭାବେ ଶିକ୍ଷା ଲାଭ କରି କେନ୍ଦ୍ରରେ କାର୍ଯ୍ୟରେ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ ।
କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାତୀର କର୍ମୀ ପଂଚୁଦେବ ପ୍ରଧାନ, କୃଷ୍ଣଚନ୍ଦ୍ର ମହାକୁଡ଼, ମାମିନା କହଁର, ନିହାରିକା ବେହେରା ଓ ମୌସୁମୀ ପ୍ରିୟା ମୁଖୀ ପ୍ରମୁଖ ସହଯୋଗ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO