ଭୁବନେଶ୍ୱର– ସୁପ୍ରସିଦ୍ଧ ଗୁରୁ ଓଡ଼ିଶୀ ନୃତ୍ୟ ବିଶାରଦ ଗୁରୁ ପଙ୍କଜ ଚରଣ ଦାସଙ୍କ ୧୦୫ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପୂଜ୍ୟପୂଜା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ ସଂଗୀତ ମାଧ୍ୟମରେ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, ସୁମିତ୍ରା ପ୍ରଧାନ, ଅନନ୍ୟା ମହାପାତ୍ର, ମାନବେନ୍ଦ୍ର ମିଶ୍ର, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ସଂଜୟ କୁମାର ପରିଡ଼ା, ନରେନ୍ ସାହୁ, ଅକ୍ଷୟ ଜେଠୀ, ଗୌରମୋହନ ମହାନ୍ତ, ଡକ୍ଟର ସର୍ବାଣୀ ଶଙ୍କର ପାଣିଗ୍ରାହୀ, ବୁଦ୍ଧନାଥ ସ୍ୱାଇଁଙ୍କ ସମେତ ବିଭିନ୍ନ ବର୍ଗର କଳା ପ୍ରତିଭା ଏଥିରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ଓଡ଼ିଶାର କଳା, ସଂସ୍କୃତି ସହିତ ଓଡ଼ିଶୀ ନୃତ୍ୟର ବିକାଶରେ ଗୁରୁ ପଙ୍କଜ ଚରଣ ଦାସଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ ଏବଂ ତାଙ୍କ ପଦାଙ୍କ ଅନୁସରଣ କରି ବିଦ୍ୟାର୍ଥୀମାନେ ନୃତ୍ୟଶିକ୍ଷା କଲେ ଭବିଷ୍ୟତରେ ଉତ୍ତମ ନୃତ୍ୟଶିଳ୍ପୀ ସହ ପ୍ରସିଦ୍ଧ ଗୁରୁ ଭାବେ ସମାଜରେ ସୁପ୍ରତିଷ୍ଠିତ ହୋଇପାରିବେ ।
Related Stories
November 5, 2024