ଭୁବନେଶ୍ୱର – କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ସମ୍ଭାର ପକ୍ଷରୁ ଚତୁର୍ଥ ଚରଣ ହିରକପଙ୍କ ଟେଷ୍ଟିଂ କ୍ୟାମ୍ପ ଭାରତ ସ୍କାଉଟ୍ ଗାଇଡ଼୍ କବ୍ ବୁଲବୁଲ ଉତ୍ସବ ସ୍ଥାନୀୟ ପୋଖରୀପୁଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ଏଥିରେ ୨୯ଟି କେନ୍ଦ୍ରୀୟ ବିଦ୍ୟାଳୟର ୧୫୦ ଜଣ କବ୍ ବୁଲବୁଲ ସାମିଲ୍ ହୋଇଥିଲେ । ଏହାକୁ ପୋଖରୀପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିବିର ନିର୍ଦ୍ଦେଶକ ସରୋଜ କୁମାର ଦାଶ ଉଦଘାଟନ କରିଥିଲେ । ଶ୍ରୀ ଦାଶ ଏହି ଅବସରରେ କହିଥିଲେ ଯେ, ମାନବିକତାର ଗୁଣ ପାଇଁ ଭାରତ ସ୍କାଉଟ୍ ଓ ଗାଇଡ଼୍ ଏକ ସର୍ବୋତମ ପୃଷ୍ଠଭୂମି । ଏ ନେଇ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହିତ ଭଲ ମଣିଷ ଓ ଉତମ ଚରିତ୍ର ଗଠନ କରିବା ସହ ବହୁ ସମ୍ମାନର ଅଧିକାରୀ ହୋଇପାରିବ ବୋଲି ସେ ମତ ପ୍ରଦାନ କରିଥିଲେ । ଏହାକୁ ଶିବିର ଅଧ୍ୟକ୍ଷ ମୀନକେତନ ପଣ୍ଡା ଓ ଅଧ୍ୟକ୍ଷା ଚିତ୍ରଲେଖା ପଣ୍ଡା ପରିଚାଳନା କରିଥିଲେ । ଏଥିରେ ସାମାଜିକ ସଚେତନତା, ଶୃଙ୍ଖଳା, ପ୍ରାଥମିକ ଚିକିତ୍ସା, ଗୋଷ୍ଠୀ ସଂଗୀତ, ନୃତ୍ୟ, ବକ୍ରୃତା, ହସ୍ତଶିଳ୍ପ, ଦୌଡ଼ିରେ ଶିଡ଼ି, ଗଣ୍ଠି ଆଦି ପ୍ରଶିକ୍ଷଣ ଦିଆଯିବା ସହ ପ୍ରତିଯୋଗିତା କରାଯାଇଥିଲା । ଏହାକୁ ଶିବିର ସଂଯୋଜକ ଜେ. କେ. ଶିଶୁ ଗୋସ୍ୱାମୀ ଓ ପି.କେ. କର ସଂଯୋଜନା କରିଥିଲେ । ମାନସ ରଂଜନ ପୃଷ୍ଟି, ସଂଜୟ କୁମାର ପରିଡ଼ା, ଶ୍ରଦ୍ଧା ସୁମନ, ଦିଲ୍ଲୀପ କୁମାର ଖୁଂଟିଆ ଏବଂ ଏସ.କେ. ଆଚାର୍ଯ୍ୟ ଏହାକୁ ପରିଚାଳନା କରିଥିବା ବେଳେ ସି ସାନବାରସିଆ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଏକ ପରିବେଶ ସଚେତନତା ଶୋଭାଯାତ୍ରା କରାଯାଇଥିଲା ।

Related Stories
November 23, 2024