
ବଲାଙ୍ଗିର– ଆଗକୁ ନିର୍ବାଚନ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବିଭିନ୍ନ ସରକାରୀ କର୍ମଚାରୀମାନଙ୍କୁ ନେଇ ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ତୁହାକୁ ତୁହା ତାଲିମ କାର୍ଯ୍ୟକ୍ରମ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ କରାଯାଇଥିବା ବେଳେ ବଲାଙ୍ଗିର ପୁଲିସ ତରଫରୁ ମଧ୍ୟ ସୁରକ୍ଷା ପାଇଁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ପୂର୍ବରୁ ଟିଟିଲାଗଡ଼, ପାଟଣାଗଡ଼, କଣ୍ଟାବାଞ୍ଜି ଠାରେ ପୋଲିସ ବିଭାଗର ଫ୍ଲାଗ ମାର୍ଚ୍ଚ ହୋଇ ସାରିଥିବା ବେଳେ ଗତକାଲି ବଲାଙ୍ଗିର ପୁଲିସ ସହରରେ ଫ୍ଲାଗ ମାର୍ଚ୍ଚ କରିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତଦାରଖରେ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ଵରେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଏଥିରେ ବିଭିନ୍ନ ଅଧିକାରୀ ସମେତ ସିଆଇଏସଏଫ୍, ରିଜର୍ଭ ପୁଲିସ ଓ ଅନ୍ୟମାନେ ସାମିଲ ଥିଲେ । ସ୍ଥାନୀୟ ଟାଉନ ଥାନାରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରି ଡେଲି ମାର୍କେଟ, ମେଡିକାଲ ରୋଡ, ସୁଦପଡା, ରେଲୱେ ଷ୍ଟେସନ ରୋଡ, ଆରଟିଓ ଅଫିସ, ପେଲେସ ଲାଇନ, ଚିଲ୍ଡଡ୍ରେନ ପାର୍କ ଦେଇ ସହର ପରିକ୍ରମା କରିଥିଲା । ସାଧାରଣ ନିର୍ବାଚନକୁ ଆଉ କମ୍ ଦିନ ରହିଥିବା ବେଳେ ପୁଲିସ ତରଫରୁ ମଧ୍ୟ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନ ପରିଚାଳନା ବ୍ୟବସ୍ଥା ପାଇଁ ବିଭାଗୀୟ ପ୍ରସ୍ତୁତି ଜାରି ରହିଛି।