ପଟ୍ଟାମୁଣ୍ଡାଇ– ଭୋଜି ଖାଇ ଗ୍ରାମର ୪୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ମାନଙ୍କୁ ଚିକିତ୍ସା ନିମନ୍ତେ ପଟ୍ଟାମୁଣ୍ଡାଇ, ରାଜନଗର ଓ ବାବର ମେଡିକାଲରେ ଭର୍ତି କରାଯାଇଛି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସଦର ଥାନା ଅନ୍ତର୍ଗତ ବିଲିକଣା ଗ୍ରାମରେ ଗତକାଲି ଭାଗବତ ସପ୍ତାହ ଉପଲକ୍ଷେ ଭୋଜିର ଆୟୋଜନ ହୋଇଥିଲା । ଅପରାହ୍ନରେ ଏହି ଭୋଜି ଖାଇଥିଲେ ଗ୍ରାମବାସୀ ଏବଂ ବଳକା ଭୋଜିକୁ ରାତିରେ ଘରେ ଖାଇଥିଲେ । ଏହାପରେ ଜଣକ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତ ମାନଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତି କରାଯାଇଛି ।