ଭୁବନେଶ୍ୱର, ବିଜେଡି ଏବଂ ବିଜେପି ରାଜ୍ୟବାସୀଙ୍କୁ ବୋକା ଭାବୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ପ୍ରଚାର କମିଟି ସଭାପତି ବିଜୟ ପଟ୍ଟନାୟକ । ସେ କହିଛନ୍ତି ଯେ ସେ ଯାହା ଚାହିଁବେ ତାହା କହିବେ ଆଉ ଲୋକେ ତାକୁ ଗ୍ରହଣ କରିବେ ବୋଲି ସେ ଭାବୁଛନ୍ତି । କିନ୍ତୁ ଜନତା ସବୁ ଜାଣୁଛନ୍ତି ଆଉ ଦେଖୁଛନ୍ତି । କିଏ ଏବଂ କାହିଁକି ବାରମ୍ବାର ଦିଲ୍ଲୀ ଦୌଡୁଛନ୍ତି ତାହା ମଧ୍ୟ ସମସ୍ତେ ଜାଣୁଛନ୍ତି । ଉଭୟ ବିଜେଡି ଏବଂ ବିଜେପି ଦଳ କେବେଠାରୁ ଏକାଠି ଅଛନ୍ତି । ମଣିପୁର ପ୍ରସଙ୍ଗରେ ନୋ କଂଫିଡେନ୍ସି ମୋଷଣ ଉପରେ ବିଜେପି ଦଳକୁ ବିଜେଡି ସମର୍ଥନ ଦେଇଥିଲା ଷ ଏହାର ଅର୍ଥ ଉଭୟ ସରକାର ମହିଳା ବିରୋଧୀ ବୋଲି ସେ କହିଛନ୍ତି ।
Related Stories
October 10, 2024