-
ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୪୦.୦ ମି.ମି.
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୪୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦାରେ ୩୬.୦ ମି.ମି., ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ୨୯.୦ ମି.ମି., ବାଲେଶ୍ଵର ଜିଲ୍ଲାର ରାଜଘାଟରେ ୨୭.୮ ମି.ମି., କେନ୍ଦୁଝର ଜିଲ୍ଲାର ଘସିପୁରାରେ ୨୭.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ୨୪.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାରେ ୨୩.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ୨୨.୬ ମି.ମି., ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ୨୨.୦ ମି.ମି., ବାଲେଶ୍ଵର ଜିଲ୍ଲାର ନୀଳଗିରିରେ ୨୧.୦ ମି.ମି. ଏବଂ କଟକ ଜିଲ୍ଲାର ମୁଣ୍ଡଳିରେ ୧୮.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।