ଭୁବନେଶ୍ୱର,ସମ୍ପୂର୍ଣ ଜଜମେଂଟ ହସ୍ତଗତ ହେବା ପରେ ଓସେପା ଆବଶ୍ୟକୀୟ ପଦକ୍ଷେପ ନେବ । କନିଷ୍ଠ ଶିକ୍ଷକ ଚୟନ ଅନିୟମିତା ମାମଲାରେ ଶୁଣାଣି କରି ହାଇକୋର୍ଟ ଓସେପା ଦ୍ବାରା ପ୍ରସ୍ତୁତ ମେରିଟ୍ ଲିଷ୍ଟକୁ ଖାରଜ କରିବା ପ୍ରସଙ୍ଗରେ ଓସେପାର ନିର୍ଦେଶକ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଏ ଯାଏ ଜଜମେଣ୍ଟ ପୁରା ହସ୍ତଗତ ହୋଇନାହିଁ। ଯାହା ଖବର ଆସିଛି ଡିଷ୍ଚ୍ରିକ୍ଟ ପ୍ରିଫରେନ୍ସ ଅଫ କାଂଡିଡେଟ ଅନୁସାରେ ମନ୍ତବ୍ୟ ଦେଇଛନ୍ତି। ଜିଲା ଅନୁଯାୟୀ ଲିଷ୍ଟ କାଢିବୁ। ପ୍ରକ୍ରିୟା ଠିକ ଥିଲା ତେଣୁ ସେ ଉପରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି କୋର୍ଟ ବୋଲି କହିଲେ ନିର୍ଦେଶକ ଅନୁପମ ସାହା। ପିଲାମନଙ୍କୁ ଜିଲା ଚଏସ ଦିଆଯାଇଥିଲା ଆମେ ପୁଣି ଥରେ ପଦକ୍ଷେପ ନେବୁ। ରେଜଲ୍ଟ ଯେତେବେଳେ ବାହାରିଥିଲା, ପିଲା ଅଭିଯୋଗ କରିଥିଲେ ପ୍ରକ୍ରିୟା ଭୁଲ ଥିଲା , କିନ୍ତୁ ହାଇକୋର୍ଟ ସେମିତି କିଛି ଜଜମେଣ୍ଟ ଦେଇ ନାହାନ୍ତି। ମାହାଲ ମାଣ୍ଡା ଭଳି ନାଁ ଆସିଥିଲା, ତେଣୁ କୋର୍ଟରେ କେସ ପଡିଥିଲା। ଯେଉଁ ମାର୍କ ପିଲାମାନେ ରଖିଥିଲେ ତାହାର ଲିଷ୍ଟ ଥିଲା କିନ୍ତୁ କୋର୍ଟକୁ କଥା ଗଲା ପରେ ତାହା ଆଉ ବହାରିନଥିଲା ବୋଲି କହିଛନ୍ତି ଅନୁପମ ସାହା। ପୁରା ଜଜ ମେଣ୍ଟ ଆସିଲା ପରେ ଓସେପା ପଦକ୍ଷେପ ନେବ।