ବଲାଙ୍ଗିର , ଜିଲ୍ଲା ବ୍ରାହ୍ମଣ ମହାସଭାର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ଉପସ୍ଥିତି ରେ ଆଜି ଦିନ ୧୧.୩୦ ଘଣ୍ଟା ସମୟରେ ବଲାଙ୍ଗୀର ଆରଟିଓ ଛକକୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଦ୍ୱାରା “ଭଗବାନ ପର୍ଶୁରାମ ଛକ” ନାମରେ ନାମିତ କରାଯାଇଛି । ଏହି ଛକ ଠାରୁ ସର୍କିଟ ହାଉସ ପର୍ଯ୍ୟନ୍ତ ମାର୍ଗ କୁ ” ଭଗବାନ ପର୍ଶୁରାମ ମାର୍ଗ” ନାମରେ ନାମିତ ହୋଇଛି ।
ଉକ୍ତ କାର୍ଯକ୍ରମ କଳିକେଶ ନାରାୟଣ ସିଂଦେଓ, ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଙ୍କ କରକମଲରେ, ବଲାଙ୍ଗିର ପୌରପାଳିକା ଚେୟାରମେନ ଶ୍ରୀମତୀ ଲିକା ସାହୁ ଏବଂ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହ ଦେଓ ଙ୍କ ଉପସ୍ଥିତି ରେ ଲୋକାର୍ପିତ/ଘୋଷଣା ହୋଇଛି ।
ସର୍ବ ପ୍ରଥମେ ସ୍ୱସ୍ଥି ବାଚନ ପୂର୍ବକ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ ସହିତ ଯଥୋଚିତ ସମ୍ବର୍ଦ୍ଧନା କରାଗଲା ।ମହାସଭା ର ସଭାପତି ଧନଞ୍ଜୟ ମିଶ୍ର ଙ୍କ ଦ୍ୱାରା ନାରିକେଳ ଭଞ୍ଜନ ପରେ କଳିକେଶ ନାରାୟଣ ସିଂଦେଓ ଛକ ତଥା ମାର୍ଗ ର ଉଦ୍ଘାଟନୀ ଫଳକ ଉନ୍ମୋଚନ କରିଥିଲେ । କରତାଳି ଧ୍ୱନି ଏବଂ ଭଗବାନ୍ ପର୍ଶୁରାମ ଙ୍କ ଜୟ ଘୋଷ ରେ ସ୍ଥାନଟି ପ୍ରକମ୍ପିତ ହୋଇଥିଲା ।ସଭାପତି ଧନଞ୍ଜୟ ମିଶ୍ରଙ୍କ ସ୍ୱାଗତ ସମ୍ଭାଷଣ ପରେ କଳିକେଶ ନାରାୟଣ ସିଂଦେଓ ନିଜର ସଂକ୍ଷିପ୍ତ ବକ୍ତବ୍ୟ ରଖି ଆଗାମୀ ଦିନରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତି ସ୍ଥାପନ ରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଅନଙ୍ଗ ଉଦୟ ସିଂହଦେଓ ତାଙ୍କର ସଂକ୍ଷିପ୍ତ ବକ୍ତବ୍ୟରେ ଭଗବାନ ପର୍ଶୁରାମ ତଥା ବ୍ରାହ୍ମଣ ମାନଙ୍କର ଉତ୍କର୍ଷତା ଉପରେ ଆଲୋକପାତ କରିଥିଲେ ।ଉପଦେଷ୍ଟା ନୀଳମଣି ମିଶ୍ର ଏକ ସଂକ୍ଷିପ୍ତ ବକ୍ତବ୍ୟ ରଖିଲେ ।ଶେଷରେ ବରିଷ୍ଠ ସଦସ୍ୟ ଶ୍ରୀକର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ମହାସଭାର ଉପଦେଷ୍ଟା ଦ୍ୱୟ, ସମ୍ପାଦକ, କୋଷାଧ୍ୟକ୍ଷ, ନଗର ସଂଗଠନ ସଭାପତି ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ବ୍ୟତୀତ ବହୁ ସଂଖ୍ୟା ରେ ବରିଷ୍ଠ,କନିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ । ମିଡିଆ ତରଫରୁ ମଧ୍ୟ ଅନେକ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ଥିଲେ । ଅନେକ ସାଧାରଣ ଜନତା ମଧ୍ୟ ଉପସ୍ଥିତ ଥିଲେ । ଆମେ ହୃଦୟର ସହିତ ଭଗବାନ ପର୍ଶୁରାମ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରସ୍ତାବ କୁ ସ୍ୱାଗତ କରୁଛୁ ତଥା କାର୍ଯ୍ୟକ୍ରମରେ ପ୍ରଶାସନ ସହଯୋଗ, ମିଡିଆ ତଥା ଉପସ୍ଥିତ ସମସ୍ତଙ୍କୁ କୃତଜ୍ଞତା ତଥା ବ୍ୟକ୍ତି ବିଶେଷ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ସଭାପତି ଧନଞ୍ଜୟ ମିଶ୍ର ଜଣାଇଛନ୍ତି ।