ଭୁବନେଶ୍ୱର,ବିଜେପି-ବିଜେଡି ମେଂଟକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି । ଏହା ଭିତରେ ବିଜେଡି ବିଧାୟକ ପର୍ଶୁରାମ ଧଡା କହିଛନ୍ତି, ମେଂଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ୱାର୍ଥ ପାଇଁ ସବୁବେଳେ ପଦକ୍ଷେପ ନେଇଥାନ୍ତି ଏବଂ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଆମ ଦଳର ସୁପ୍ରିମୋ ଯାହା ନିଷ୍ପତି ନେଇଛନ୍ତି ତାକୁ ସମସ୍ତେ ମାନିଛନ୍ତି ଆଉ ଆଉ ମାନିବେ । ମେଂଟ କିଛି ନୂଆ କଥା ନୁହେଁ । ବିଗତ ଦିନରେ ବି ଆମର ମେଂଟ ହୋଇଥିଲା । ଆସନ ବୁଝାମଣାକୁ ନେଇ ତର୍ଜମା ଚାଲିଛି । ବର୍ତମାନ ସୁଦ୍ଧା ଆକଳନ ହୋଇନି । ମୁଖ୍ୟମନ୍ତ୍ରୀ ତାହା ଉପରେ ଭଲ ଭାବେ ନଜର ରଖିଛନ୍ତି । ଉଭୟ ଦଳର ବିଚାର ବିମର୍ଷ ଚାଲିଛି । ତାହା ପରେ ନିଷ୍ପତି ନିଆଯିବ । ମେଂଟ ହେଲେ ବିଜେଡିର କିଛି କ୍ଷତି ହେବାର ନାହିଁ ବୋଲି କହିଛନ୍ତି ପର୍ଶୁରାମ ଧଡା ।
Related Stories
November 21, 2024
November 21, 2024