ଚମ୍ପୁଆ, ସରକାରଙ୍କ ଲୋକାଭିମୁଖୀ ଯୋଜନା ସବୁ ପାଣି ଫୋଟକା ପରି ପାଣିରେ ମିଳେଇ ଗଲାଣି, ଯାହାକୁ ନେଇ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଭିତିରି ବୁଝାମଣା ପାଇଁ ଅବଧି ସରି ଦୀର୍ଘ ଦିନ ବିତିବାକୁ ବସି ଥିଲେ ମଧ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହୁଛି ରାସ୍ତା କାମ । ଚମ୍ପୁଆ ଉପଖଣ୍ଡସ୍ଥ ଅସନପାଟ ପଂଚାୟତ ଅନ୍ତର୍ଗତ ଅସନପାଟ ଠାରୁ ଚିତ୍ରପୁର ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଜନ ବିଭାଗ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇଛି । ଯାହାର ଭିତିପ୍ରସ୍ତର ସ୍ଥାପନ ଗତ ୮-୧-୨୦୨୨ ରିଖ ଦିନ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ କରିଥିଲେ । କିନ୍ତୁ, ଭିତିପ୍ରସ୍ତର ସ୍ଥାପନ କରିବାର ଦୀର୍ଘ ଦିନ ବିତି ଯାଇ କାର୍ଯ୍ୟର ଅବଧି ସମୟସୀମା ଶେଷ ହୋଇ ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁ ନ ଥିବାରୁ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ରାସ୍ତା କାମ ଅଧପନ୍ତରିଆ ହୋଇ ପଡ଼ି ରହିବାରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଅସନପାଟ, ଗୁଣ୍ଡୁଣିଆ, ଚଉଠିଆ, ଭୂଇଁପୁର, ଚନ୍ଦ୍ରଶେଖରପୁର ଆଦି ପଂଚାୟତର ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହା ଉପରେ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
Related Stories
November 21, 2024
November 21, 2024