ଭୁବନେଶ୍ୱର,ବିଶିଷ୍ଟ ଶିକ୍ଷାବିତ୍, ସୁଲେଖକ, ମହିମାଧର୍ମର ମୂଳତତ୍ତ୍ୱର ସମୀକ୍ଷକ ଓ ପ୍ରଚାରକ ପ୍ରବୀଣ ଶିକ୍ଷକ, ଉତ୍କଳରତ୍ନ ପ୍ରଫେସର ଶତ୍ରୁଘ୍ନ ନାଥଙ୍କ ଅଷ୍ଟାଦଶ ପୁଣ୍ୟତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପୂଜ୍ୟପୂଜା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ଶହୀଦନଗରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଦାଞ୍ଜଳି ଅର୍ପଣ କରାଯାଇଛି । ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ବନ୍ଦନା ଗାନ କରିଥିବା ବେଳେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ପ୍ରାଧ୍ୟାପକ ସହଦେବ ମଲ୍ଲିକ, ଉଇ ଫର ଭୁବନେଶ୍ୱର କାର୍ଯ୍ୟକ୍ରମ ସଂଯୋଜକ ନରେନ୍ ସାହୁ, ଅକ୍ଷୟ ଜେଠୀ, ସମାଜସେବୀ ସଂଜୟ କୁମାର ପରିଡ଼ା, ଅନୁଜ କୁମାର ଦାସ, ଅଶ୍ୱିନୀ ପଟ୍ଟନାୟକ, ମନୋରଂଜନ ଦାଶ, ସୁଭଦ୍ରା ମହାନ୍ତି, ସକ୍ରୋ ମୁର୍ମୁଙ୍କ ସହିତ ପ୍ରଫେସର ନାଥଙ୍କ ପୁତ୍ରବଧୂ ଗୀତାଞ୍ଜଳୀ ନାଥ, ନାତୁଣୀବୋହୂ ସୁଚିସ୍ମିତା ନାଥ, ଅଣନାତୁଣୀ ଶ୍ରଦ୍ଧା ନାଥ ପ୍ରମୁଖ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିବା ସହ ପ୍ରଫେସର ନାଥ ଲଣ୍ଡନରେ ଉଚ୍ଚଶିକ୍ଷା ଲାଭ କରି ଶିକ୍ଷକତାକୁ ବ୍ରତ ଭାବରେ ଗ୍ରହଣ କରି ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରି ଅବସର ନେଇଥିଲେ । ଅବସର ପରେ ମଧ୍ୟ ନୂତନ ଭାବେ ପତିଷ୍ଠିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟକରି ବହୁ ଶିକ୍ଷାନୁଷ୍ଠାନ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଶିକ୍ଷା ବିଷୟରେ ଓ ମହିମାଧର୍ମ ଉପରେ ବହୁ ଉପାଦେୟ ପୁସ୍ତକ ସହ ବହୁ ପାଠ୍ୟପୁସ୍ତକ ରଚନା କରିଛନ୍ତି । ତାଙ୍କର ସରଳ, ନିରାଡମ୍ବର ଜୀବନ ଅନ୍ୟକୁ ପ୍ରଭାବିତ କରୁଥିଲା । ଛାତ୍ର ଓ ଯୁବ ସମାଜ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ସମସ୍ତେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମନୋରଂଜନ ଦାଶଙ୍କୁ ଉତ୍କଳରତ୍ନ ପ୍ରଫେସର ଶତ୍ରୁଘ୍ନ ନାଥ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।
Related Stories
November 5, 2024