ସିଲିଗୁଡି, ପୂର୍ବତନ ବିଚାରପତି ଜଷ୍ଟିସ ଅଭିଜିତ ଗାଙ୍ଗୁଲି ଶନିବାର କହିଛନ୍ତି ଯେ, ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଉଚିତ । ଶନିବାର ବାଗଡୋଗରା ଏୟାରପୋର୍ଟରେ ଓହ୍ଲାଇବା ପରେ ସେ କହିଛନ୍ତି ଯେ, ରାଜ୍ୟରେ କୌଣସି ଆଇନ ଶୃଙ୍ଖଳା ବ୍ୟବସ୍ଥା ନାହିଁ । ସନ୍ଦେଶଖାଲିରେ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି । ଏହି କାରଣରୁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଆବଶ୍ୟକ ।ସେ କହିଛନ୍ତି ଯେ, ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଲୋକଙ୍କୁ ହଇରାଣ କରାଯାଉଛି । ସନ୍ଦେଶଖାଲିରେ କଣ ଘଟିଲା, ମୁଖ୍ୟମନ୍ତ୍ରୀ ଥରେ ବି ଆସିଲେ ନାହିଁ ବୁଝିବାକୁ ବୋଲି କହି ନିଶାନା ସାଧିଛନ୍ତି ଅଭିଜିତ ଗାଙ୍ଗୁଲି।
Related Stories
November 21, 2024