ଜୟପୁର, ଆଜି ହେଉଛି ମହା ଶିବରାତ୍ରି ।ଏଥିପାଇଁ ଚଳ ଚଞ୍ଚଳ ସମସ୍ତ ଶୈବପୀଠ ।ଦକ୍ଷିଣ ଓଡ଼ିଶାର ପ୍ରମୁଖ ତଥା କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ଗୁପ୍ତେଶ୍ୱରଙ୍କ ଧାମ ରେ ଚଳ ଚଞ୍ଚଳ ।ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି ।ସକାଳୁ ସକାଳୁ ମନ୍ଦିରରପ୍ରବେଶ ଦ୍ୱାରା ଠାରୁ ଚାରି କିମି ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦୃଷ୍ଟି ରୁ ପ୍ରଶାସନିକ ସ୍ତରରେ ବ୍ୟାପକ ବନ୍ଦୋବସ୍ତ ହୋଇଛି । ବିଭିନ୍ନ ଜିଲା ସମେତ ବାହାର ରାଜ୍ୟ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ରୁ ମଧ୍ୟ ଗୁପ୍ତେଶ୍ୱର ବାବା ଙ୍କ ଦର୍ଶନ ପାଇଁ ଆସିଛନ୍ତି ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ସଜାଗ ଥିବା ବେଳେ ପ୍ରଶାସନ ଏବଂ ଦେବତର କମିଟି ମଧ୍ୟ ସହଯୋଗ କରୁଛି ।
Related Stories
October 4, 2024