ଭୁବନେଶ୍ୱର – ମହିଳାମାନଙ୍କୁ ଅଧିକ ସଶକ୍ତ କରିବା ସହ ସେମାନଙ୍କର ମନୋବଳ ବୃଦ୍ଧି ଏବଂ ସାମାଜିକ ଓ ଅର୍ଥନୈତିକ ସ୍ୱାଧୀନତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଗଠନ ହୋଇଥିବା ନୂତନ ସାମାଜିକ ମହିଳା ସଂଗଠନ ଅଜିତାକୁ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଉଦଘାଟନ କରିଛନ୍ତି । ୧୦୦ ଦିନର ଯୋଜନା ନେଇ ଏହି ସଂଗଠନ କାର୍ଯ୍ୟ ଆରମ୍ଭ କରିବ ।
ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟରସ୍ ଠାରେ ଆୟୋଜିତ ସ୍ୱତନ୍ତ୍ରକାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀମତୀ ଷଡଙ୍ଗୀ କହିଥିଲେ ଯେ ଏଥିରେ ସବୁ ବର୍ଗର ମହିଳା ଯୋଗ ଦେଇପାରିବେ । ଏହା ଅଣରାଜନୈତିକ ସଂଗଠନ । ମହିଳାମାନଙ୍କ ସାମଗ୍ରିକ ବିକାଶ ଉପରେ ପ୍ରାଥମିକତା ଦିଆଯିବ । ସେମାନଙ୍କର ଅଭିବୃଦ୍ଧି ପାଇଁ ଅନୁକୂଳ ବାତାରଣ ସୃଷ୍ଟି କରାଯିବ । ବର୍ତମାନ ସୁଦ୍ଧା ଏଥିରେ ୫୬ ଆଜୀବନ ସଦସ୍ୟ ରହିଛନ୍ତି । ଭୁବନେଶ୍ୱର ଏବଂ ଖୋର୍ଦ୍ଧାର ୧୫୧ଟି ପଂଚାୟତର ୩୫୦ ମହିଳା ଗୋÂୀଙ୍କୁ ଚିହ୍ନଟ କରାଯାଇଛି । ମହିଳାମାନଙ୍କ ଅଧିକାର ସମ୍ପର୍କିତ ଆଇନ୍ , ମହିଳାଙ୍କ ପାଇଁ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଯିବ ।
Related Stories
November 24, 2024
November 24, 2024