ଭୁବନେଶ୍ବର. ବହୁଚର୍ଚିତ ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ଜେରା ପାଇଁ ପ୍ରବର୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ପ୍ରଫୁଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହୋଇଥିଲା। ଏହାକୁ ନେଇ ସେ ଆଜି ଇଡିରେ ହାଜର ହୋଇଛନ୍ତି। ଆଗରୁ ପ୍ରଫୁଲ ସାମଲ ଇଡିରେ ହାଜର ହୋଇଥିଲେ।
କିଛି ଦିନ ପୂର୍ବେ ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ଚଢ଼ଉ କରିଥିଲା । ଭୁବନେଶ୍ୱର ଓ ଭଦ୍ରକର ଏକାଧିକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ଚଢ଼ଉ କରିଥିଲେ। ଏହି ସମୟରେ ଇଡି ଗୋଟିଏ କାର ସହ ୯ଲକ୍ଷ ଟଙ୍କା ଜବତ କରିଥିଲା ।