
ଅହମ୍ମଦାବାଦ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସୋମବାର ଅହମ୍ମଦାବାଦରେ ଗୁଜୁରାଟ ମେଟ୍ରୋ ରେଲ କର୍ପୋରେସନ (ଜିଏମଆରସି), ଅହମ୍ମଦାବାଦ ମହାନଗର ପାଳିକା (ଏଏମସି) ଏବଂ ରେଳବାଇ ପକ୍ଷରୁ ୮୩ କୋଟି ଟଙ୍କା ବିନିମୟରେ ପାଲଡିରେ ଜଲାରାମ ମନ୍ଦିର ନିକଟରେ ନିର୍ମିତ ଶ୍ରୀ ଧିରୁଭାଇ ସ୍ଵରୂପଚନ୍ଦ ଶାହ -ପାଲଡି ଅଣ୍ଡରପାସ୍ ର ଲୋକାର୍ପଣ କରିଛନ୍ତି ।
ନବନିର୍ମିତ ପାଲଡି ଅଣ୍ଡରପାସ୍ ପାଲଡି ଛକକୁ ଲ ଗାର୍ଡେନ ସହିତ ସଂଯୋଗ କରୁଛି । ଏହି ଅଣ୍ଡରପାସ୍ ଆଂବାବାଡି, ଲ ଗାର୍ଡେନ, ପାଲଡି ଏବଂ ନବରଙ୍ଗପୁରାର ବାସିନ୍ଦାଙ୍କୁ ଗମାନଗମନ କ୍ଷେତ୍ରରେ ଅଧିକ ସୁବିଧା ପ୍ରଦାନ କରିବାରେ ସହାୟକ ହେବ । କେବଳ ସେତିକି ନୁହେଁ, ଏହି ଅଣ୍ଡରପାସ୍ କାରଣରୁ ଅହମ୍ମଦାବାଦ- ବୋଟାଦ ରେଲୱେ ଲାଇନ୍ ର ଟ୍ରାଫିକ୍ ସମସ୍ୟାରୁ ମଧ୍ୟ ଲୋକଙ୍କୁ ଆଶ୍ଵସ୍ତି ମିଳିବ । ଏହି ଅଣ୍ଡରପାସ୍ ର ବିଶେଷତ୍ୱ ଏହା ଯେ, ଏହାର ଦୁଇ ପାର୍ଶ୍ବର ପ୍ରାଚୀରରେ ପରକୋଟା କ୍ଷେତ୍ରର ଐତିହ୍ୟ, ବନସ୍ପତି ଏବଂ ପ୍ରାଣୀ ସୃଷ୍ଟିର ଝଲକ୍ ଦେଖିବାକୁ ମିଳିଛି ।