ନୂଆଦିଲ୍ଲୀ, ଭାରତୀୟ ଜନତା ପାର୍ଟି (ଭାଜପା) ଆଜି ଆମ୍ ଆଦମୀ ପାର୍ଟି (ଆପ୍)ର ପ୍ରତିଷ୍ଠାତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ୍ କରିଛି । ଭାଜପା ମୁଖପାତ୍ର ଶହଜାଦ ପୁନାୱାଲା କହିଛନ୍ତି ଯେ, ଚୋରର ମୁହଁରେ ନଡ଼ା ଅର୍ଥାତ୍ ଚୋରର ଦାଢିରେ ନଡ଼ା ରହିଛି । କେଜରିୱାଲ ଇଡିର ପ୍ରଶ୍ନର ଜବାବ ଦେବା ପାଇଁ ନୂଆ ତାରିଖ ମାଗିଛନ୍ତି, ଯାହାକୁ ନେଇ ପୁନାୱାଲା ଏପରି କହିଛନ୍ତି ।
ପୁନାୱାଲା ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ ଯେ, ମଦ ଦୁର୍ନୀତିର ମାଷ୍ଟର ମାଇଣ୍ଡ ତଥା ଅଭିଯୁକ୍ତ କଣ ନିଷ୍ପତି ନେବେ ଯେ ସେ କେବେ ଇଡ଼ି ସମ୍ମୁଖରେ ହାଜର ହେବେ ।