ଆଦିଲାବାଦ/ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶରେ ପରିବାରବାଦ ପାର୍ଟିକୁ ଟାର୍ଗେଟ କରି କହିଛନ୍ତି ଯେ, ସେମାନଙ୍କ ଚେହେରା ଭିନ୍ନ ଭିନ୍ନ ହୋଇପାରେ କିନ୍ତୁ ମିଛ ଓ ଲୁଟ ତାଙ୍କ ଚରିତ୍ର ଅଟେ ।
ତେଲେଙ୍ଗାନାର ଆଦିଲାବାଦରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ପିଏମ ମୋଦି କହିଛନ୍ତି ଯେ, ମୋର ଭାରତ ମୋର ପରିବାର ଅଟେ । 140 କୋଟି ଦେଶବାସୀ ମୋର ପରିବାର ଅଟେ । ପ୍ରଧାନମନ୍ତ୍ରୀ ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କ ‘ମୋଦି କା କୋଇ ପରିବାର ନେହିଁ’ ବୟାନ ଉପରେ ପାଲଟା ଜବାବ ଦେଇ କହିଛନ୍ତି ଯେ, ଦୁର୍ନୀତି, ପରିବାରବାଦ ଓ ତୁଷ୍ଟିକରଣରେ ବେକ ଯାଏ ବୁଡି ଇଂଡି ମେଣ୍ଟର ନେତାମାନେ ବିବ୍ରତ ହୋଇପଡିଛନ୍ତି । ଏବେ ଏମାନେ 2024ର ନିର୍ବାଚନରେ ନିଜର ଅସଲି ଘୋଷଣାପତ୍ର ବାହାର କରିଛନ୍ତି । ମୁଁ ସେମାନଙ୍କ ପରିବାରବାଦ ଉପରେ ପ୍ରଶ୍ନ ଉଠାଉଛି ତ ଏହି ଲୋକମାନେ ଏବେ କହିବା ଆରମ୍ଭ କରିଛନ୍ତି ଯେ, ମୋଦିଙ୍କ କୌଣସି ପରିବାର ନାହିଁ ।
ସେ କହିଛନ୍ତି ଯେ, ମୋର ଜୀବନ ଖୋଲା ପୁସ୍ତକ ପରି ଅଟେ । ଗୋଟିଏ ସ୍ୱପ୍ନ ନେଇ ମୁଁ ପିଲାବେଳୁ ଘର ଛାଡିଦେଇଥିଲି, ଏବଂ ଯେତେବେଳେ ମୁଁ ଘର ଛାଡିଲି, ସେତେବେଳେ ଗୋଟିଏ ସ୍ୱପ୍ନ ନେଇ ଚାଲିଥିଲି, ଯେ ମୁଁ ଦେଶବାସୀଙ୍କ ସହ ବଂଚିବ । ଏଥିପାଇଁ ମୁଁ କହିଥାଏ 140 କୋଟି ଦେଶବାସୀ , ଏହା ମୋର ପରିବାର ଅଟେ । ଏହି ଯୁବକମାନେ ହିଁ ମୋର ପରିବାର ଅଟନ୍ତି । ଆଜି ଦେଶର କୋଟି କୋଟି ଝିଅ, ମାଆ ଓ ଭଉଣୀ ଏମାନେ ହିଁ ମୋର ପରିବାର ଅଟନ୍ତି । ଆଜି ଦେଶର ପ୍ରତି ଗରିବ ମୋର ପରିବାର । ଦେଶର କୋଟି କୋଟି ଛୁଆ-ବୟସ୍କ ଏମାନେ ମୋଦିଙ୍କ ପରିବାର ଅଟନ୍ତି । ଯେଉଁମାନଙ୍କର କେହି ନାହାନ୍ତି, ସେମାନେ ବି ମୋଦିଙ୍କର ଓ ମୋଦି ସେମାନଙ୍କର ଅଟନ୍ତି । ମୋର ଭାରତ ମୋର ପରିବାର ଅଟେ ।