ଭୁବନେଶ୍ୱର- ନିବେଦନ ଗୃହ କମିଟିଙ୍କର ଦଶମ ବୈଠକ ଶୁକ୍ରବାର ବିଧାନସଭା କମିଟି ପ୍ରକୋÂ ନଂ-୫୪ରେ ଅନୁÂିତ ହୋଇଯାଇଛି ।
ବିଧାୟକ ଡ. ପ୍ରମୋଦ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ କମିଟିର ସଭ୍ୟସଭ୍ୟାଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ହୋଇଥିଲା । ପରେ ପରେ ପଂଚଦଶ ଓ ଷୋଡ଼ଶ ବିଧାନସଭାରେ କରାଯାଇଥିବା ବି·ରାଧୀନ ନିବେଦନଗୁଡ଼ିକ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପଦାଧିକାରୀମାନଙ୍କ ସହିତ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଅ ।ଡଠାରୁ କାଙ୍କଡଫେରା, ନେତୁଆଠାରୁ ଆଦିର୍ଗା ଓ ଗୋକୁଣ୍ଡି ହାଟପଡ଼ିଆଠାରୁ ଲୁହାପଡ଼ା ପର୍ଯ୍ୟନ୍ତ ପୂର୍ତ ରାସ୍ତା ନିର୍ମାଣର ଆବଶ୍ୟକତା ସଂପର୍କରେ ଆଲୋଚନା ହୋଇଥିଲା । ଏହା ଛଡ଼ା ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲେଫ୍ରିପଡ଼ା ବ୍ଲକ୍ର ମେଗବିରା ଓ ଫୁଟକଣା ମଧ୍ୟରେ ଥିବା ନାଳ ଉପରେ ପୋଲ ନିର୍ମାଣ, ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଖିମରାଠାରେ ଅଙ୍ଗ ନଦୀ ଉପରେ ପୋଲ କିମ୍ବା ବିଜୁ ସେତୁ ନିର୍ମାଣ ଓ ଘୁ. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ଏନ୍ବିସିସି, ନୂଆଦିଲ୍ଲୀ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣର ଆବଶ୍ୟକତା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।
ଏହି ବୈଠକରେ ସଂପୃକ୍ତ କମିଟିର ସଦସ୍ୟସଦସ୍ୟାଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିÂ ପଦାଧିକାରୀ ଏବଂ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।