ଭୁବନେଶ୍ୱର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ବିଜେଡି ସହ କୌଣସି ପ୍ରକାର ମେଂଟ ହେବ ନାହିଁ ବୋଲି ସ୍ପଷ୍ଟ କରି ସାରିବା ପରେ ଆଜି ଦଳୀୟ ପ୍ରଭାରୀ ବିଜୟପାଲ ସିଂହ ତୋମର ଏହାକୁ ଦୋହରାଇଛନ୍ତି ।
ସେ ରାଜ୍ୟରେ ବିଜେପି – ବିଜେଡ଼ି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ କହିଛନ୍ତି, ମୋ ଜାଣିବାରେ ମେଣ୍ଟ ହେଉ ନାହିଁ। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ମୁଁ କଥା ହୋଇଛି ଅନ୍ୟ ନେତାଙ୍କ ସହ ବି କଥା ହୋଇଛି ହେଲେ ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ବିଜେପି ଏକାକୀ ଲଢିବ। ୮୦ ରୁ ଅଧିକ ବିଧାନସଭା ଓ ୧୬ ଲୋକସଭା ଜିତିବା ବିଜେପି। ବିଜେଡି ମେଣ୍ଟ ଚର୍ଚ୍ଚା ଆଗକୁ ବଢ଼ାଉଛି ବୋଲି ସେ କହିଛନ୍ତି ।