ଗୁରୁଗ୍ରାମ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି ଯେ, ଫେବୃୟାରୀ 11ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଗ୍ରାମରେ ଦ୍ୱାରକା ଏକ୍ସପ୍ରେସ ୱେର ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀ ଶନିବାର ଦିନ ଗୁରୁଗ୍ରାମ ବିଜେପି କାର୍ଯ୍ୟାଳୟ ଗୁରୁକମଳରେ ଲୋକସଭା ନିର୍ବାଚନ ପାଇଁ ଗୁରୁଗ୍ରାମ ବିଧାନସଭା କାର୍ଯ୍ୟାଳୟର ଉଦଘାଟନ କରିବାକୁ ପହଂଚିଥିଲେ ।
ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି ଯେ, ଲୋକସଭା ନିର୍ବାଚନର ଘୋଷଣା ଆଗାମୀ ଫେବୃୟାରୀ 11 ପରେ ହେବାର ସମ୍ଭାବନା ଥିଲା । ଏହା ପୂର୍ବରୁ ଅନେକ ବଡ ପ୍ରକଳ୍ପ ସମର୍ପଣ କରାଯାଇଥିଲା । ଏହା ଭିତରୁ ଗୋଟିଏ ହେଉଛି ଗୁରୁଗ୍ରାମ- ଦ୍ୱାରକା ଏକ୍ସପ୍ରେସ ୱେ । କାର୍ଯ୍ୟାଳୟ ଉଦଘାଟନ ସନ୍ଦର୍ଭରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି ଯେ, ଗୁରୁ୍ରାମରେ ଲୋକସଭା ନିର୍ବାଚନ କାର୍ଯ୍ୟାଳୟର ଉଦଘାଟନର ଅର୍ଥ ହେଉଛି, ଆଜି ଠାରୁ ପାର୍ଟି ଶହେ ପ୍ରତିଶତ ନିର୍ବାଚନୀ ମୁଡରେ ଆସିଛି । ସେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଜୋଶ ଭରିବା ସହ କହିଥିଲେ ସମସ୍ତ 10 ଲୋକସଭା ସିଟ୍ ବିଜେପିକୁ ଜିତିବାକୁ ପଡିବ । ପ୍ରତି କାର୍ଯ୍ୟକର୍ତ୍ତାଙ୍କୁ ଏବେ ନିର୍ବାଚନ କାର୍ଯ୍ୟରେ ସକ୍ରିୟ କରିଛି ।