ଗୋରଖପୁର, ଉତ୍ତର ପ୍ରଦେଶ ସରକାରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଗୋରଖପୁର ମନ୍ଦିର ପରିସରରେ ଚାଲିଥିବା ଜନତା ଦର୍ଶନ କାର୍ଯ୍ୟକ୍ରମରେ ପ୍ରାୟ 3ଶହ ଲୋକଙ୍କ ସମସ୍ୟା ଶୁଣିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତଙ୍କ ସମସ୍ୟା ଶୁଣିବା ସହ ତ୍ୱରିତ ଓ ନ୍ୟାୟପୂର୍ଣ୍ଣ ନିରାକରଣ କରିବାକୁ ଆଶ୍ୱାସନା ଦେଇଛନ୍ତି । ସମସ୍ୟାକୁ ନେଇ ଆସିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି । ଅଧିକାଂଶ ସମସ୍ୟା ଜମିଜମା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଥିଲା । କିଛି ମାମଲା ଫୌଜଦାରୀ ଓ ମାରପିଟ, ଜମିଜମା ସମ୍ପର୍କିତ ଥିଲା । ଜନହିତ ଓ ଲୋକ କଲ୍ୟାଣ ସହିତ ଜଡିତ ସମସ୍ୟା ମଧ୍ୟ ରହିଥିଲା । ମୁଖ୍ୟମନ୍ତ୍ରୀ ସମସ୍ତ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ଆଶ୍ୱାସନା ଦେଇଛନ୍ତି ।