
-
ପର୍ଯ୍ୟଟକ ଏବଂ ସ୍ଥାନୀୟ ହନ୍ତସନ୍ତ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ପୌରାଞ୍ଚଳ ୧୧ ନମ୍ବର ୱାର୍ଡ ର ଅନନ୍ତଶୟନ ଲେନ ର ରାସ୍ତା ଅବସ୍ଥା ଏବେ ଶୋଚନୀୟ ସ୍ଥିତି ରେ ରହିଛି |ସାହି ବାସିନ୍ଦାମାନେ ପୌର କାର୍ଯ୍ୟାଳୟ ରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି |ସେହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଯିବା ଆସିବା କରୁଛନ୍ତି |ଦୀର୍ଘ ୫ବର୍ଷ ଧରି ରାସ୍ତା ଖୋଳାଯାଇଥିଲେ ମଧ୍ୟ ତାହା ମରାମତି କରାଯାଉନାହିଁ |ଫ୍ଲେବର ଇଟା ପକାଯାଇ ରାସ୍ତା ନିର୍ମାଣ କରାଯାଉନାହିଁ |ଭାରତ ସେବାଶ୍ରମ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯିବା ଆସିବା ସମୟରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି |ସ୍ଥାନୀୟ ଅଞ୍ଚଳ ର କଡାର ଆଶ୍ରମ, ରାସବିହାରୀ ମଠ, ହୋଟେଲ,ଲଜିଙ୍ଗି, ଦୋକାନ ରହିଥିବାରୁ ପ୍ରତିଦିନ ସେହି ଅଞ୍ଚଳ ବାସିନ୍ଦା ଯିବା ଆସିବା ବେଳେ ଝୁଣ୍ଟି ଆହତ ହେଉଛନ୍ତି |ରାସ୍ତା ପାର୍ଶ୍ୱ ରେ ପନ୍ଦର ଟି କ୍ୟାବିନ ରହିଥିବାରୁ ରାସ୍ତା ସଂକୁଚିତ ଅବସ୍ଥା ରେ ରହିଛି |ରାସ୍ତାରେ ପ୍ରଚୁର ମାତ୍ରାରେ ବର୍ଜ୍ୟ ପଲିଥିନ ଅଳିଆ ପଡ଼ିରହିଛି |ରାସ୍ତାରେ ଭଙ୍ଗା ବିୟର ବୋତଲ ଗଡୁଛି |ଗୋଡି, ଭଙ୍ଗା ଇଟା ବଜା ଏଣେତେଣେ ପଡ଼ିରହିଛି |ଏହି ଗୋଡି ଇଟା ବାଜି ବାଇକ ଓ ସ୍କୁଟି ଆରୋହୀ ଆହତ ହେଉଛନ୍ତି |ରାତିରେ ନିଶାଖୋର ମାନେ ନିଶା ସେବନ କରି ପର୍ଯ୍ୟଟକମାନଙ୍କୁ କମେଟ କରୁଥିବା ବାରମ୍ବାର ଅଭିଯୋଗ ହେଉଛି |ପୌର ଅଧିକାରୀ ଏଥିପ୍ରତି ଧ୍ୟାନ ଦେବା ପାଇଁ ଅଞ୍ଚଳବାସୀ ଦାବିକରିଛନ୍ତି |ଏହି ରାସ୍ତାର ମରାମତି ହୋଇଗଲେ ପୁରୀକୁ ଆସୁଥିବା ପର୍ଯ୍ୟଟକ ପୁରୀ ପ୍ରତି ଭଲ ଚିନ୍ତାଧାରା ନେଇ ଫେରିବେ ବୋଲି ସ୍ଥାନୀୟ ମାନେ ମତ ପ୍ରକାଶ କରିଛନ୍ତି |