ଲକ୍ଷ୍ନୌ, ଉତ୍ତର ପ୍ରଦେଶରୁ ବିଜେପିର 7ଜଣ ରାଜ୍ୟସଭା ପ୍ରାର୍ଥୀ ବୁଧବାର ବିଧାନ ଭବନରେ ପହଞ୍ଚି ନାମାଙ୍କନ ଭରିଛନ୍ତି । ବିଜେପି ପକ୍ଷରୁ ସୁଧାଂଶୁ ତ୍ରିବେଦୀ, ଅମରପାଲ ମୌର୍ଯ୍ୟ, ସଙ୍ଗୀତା ବଳବନ୍ତ ବିନ୍ଦ, ସାଧନା ସିଂହ, ଆରପିଏନ ସିଂହ, ଚୌଧୁରୀ ତେଜବୀର ସିଂହ, ନବୀନ ଜୈନ ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶ ବିଜେପିର ଲୋକସଭା ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା, ପ୍ରଦେଶ ସଭାପତି ଭୂପେନ୍ଦ୍ର ସିଂହ ଚୌଧୁରୀ, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ପ୍ରମୁଖ ଉପସ୍ଥିତ ଥିଲେ ।